uncategories

As much: ଚୁମ୍ବନରେ ଯେତେ ପ୍ରେମ, ସେତେ ରୋଗ

ଚୁମ୍ବନ ପ୍ରେମ ପରିପ୍ରକାଶର ଏକ ମାଧ୍ୟମ। ଆମର ଦୈନନ୍ଦିନ ଜୀବନରେ ଏହା ଏକ ସାଧାରଣ ଅଭ୍ୟାସ। ତେବେ ଚୁମ୍ବନ ରୋଗ ବ୍ୟାପିବାର କାରଣ ବି ହୋଇପାରେ। ଚୁମ୍ବନ ଦେବା ସମୟରେ ଲାଳ ମାଧ୍ୟମରେ ଜୀବାଣୁ ଓ ଭାଇରସ୍‌ ସହଜରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ଯାଇଥାଏ। ତେଣୁ ଅସୁସ୍ଥ ଥିବା ସମୟରେ ଚୁମ୍ବନକୁ ଏଡ଼ାଇବା ଉଚିତ।

ଏକ ଗବେଷଣା ଅନୁଯାୟୀ, ଆମ ପାଟିରେ ଶହ ଶହ ପ୍ରକାରର ଜୀବାଣୁ ଓ ଭାଇରସ୍ ଥାଆନ୍ତି। ଚୁମ୍ବନ ଦିଆଯିବା ସମୟରେ ଏହି ସୂକ୍ଷ୍ମଜୀବାଣୁଗୁଡ଼ିକ ସହଜରେ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣଙ୍କ ଶରୀରକୁ ଚାଲି ଯାଆନ୍ତି। ଏହା ରୋଗ ବ୍ୟାପିବାର ମୁଖ୍ୟ କାରଣ। ଯଦି କାହାକୁ ଥଣ୍ଡା କିମ୍ବା ଫ୍ଲୁ ହୋଇଥାଏ, ତେବେ ଚୁମ୍ବନ ଦେବା ବେଳେ ଭାଇରସ୍ ସଂକ୍ରମିତ ହୋଇପାରେ। ଏହା ନାକରୁ ପାଣି ବାହାରିବା, ଛିଙ୍କିବା ଓ ଗଳା ଯନ୍ତ୍ରଣା ସୃଷ୍ଟି କରିପାରେ। ଏହାଛଡ଼ା ଆହୁରି ଅନେକ ଗମ୍ଭୀର ସମସ୍ୟାର କାରଣ ବି ହୋଇପାରେ।

ମନୋନ୍ୟୁକ୍ଲିଓସିସ୍: ଏହାକୁ ‘କିସିଂ ଡିଜିଜ୍‌’ କୁହାଯାଏ। ଏହା ଇବିଭି ଭାଇରସ୍ ଯୋଗୁଁ ହୋଇଥାଏ। ଏହି ଭାଇରସ୍ ଲାଳ ମାଧ୍ୟମରେ ବ୍ୟାପି ଜ୍ୱର, ଗଳା ଯନ୍ତ୍ରଣା, ଗ୍ରନ୍ଥିଫୁଲା ଓ ଥକ୍କାପଣ ସୃଷ୍ଟି କ‌େର।
ମାଢ଼ି ଓ ଦାନ୍ତ ସଂକ୍ରମଣ: ଯଦି କାହାର ମାଢ଼ିରୋଗ କିମ୍ବା କ୍ୟାଭିଟି ଅଛି, ଚୁମ୍ବନ ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଟିର ଜୀବାଣୁ ସ୍ଥାନାନ୍ତରିତ ହୋଇପାରେ। ଏହା ଦାନ୍ତ ଓ ମାଢ଼ି ସମସ୍ୟାକୁ ଆହୁରି ବଢ଼ାଇପାରେ।
ହେପାଟାଇଟିସ୍ ‘ବି’: ଏହି ଲିଭର୍‌ ସଂକ୍ରମଣ ସାଧାରଣତଃ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସଂସ୍ପର୍ଶରେ ଆସି ବ୍ୟାପିଥାଏ। ଯଦି ପାଟିରେ ଘା’ କିମ୍ବା ରକ୍ତସ୍ରାବ ହୋଇଥାଏ, ତେବେ ଏହା ଚୁମ୍ବନ ମାଧ୍ୟମରେ ସଂକ୍ରମିତ ହୋଇପାରେ।
ମାମ୍ପସ୍: ଭାଇରାଲ୍ ସଂକ୍ରମଣ ମାମ୍ପସ୍‌ ଲାଳଗ୍ରନ୍ଥିକୁ ଫୁଲାଇ ଦିଏ। ଏହା ଲାଳ ସଂସ୍ପର୍ଶରେ ଆସି ବ୍ୟାପିପାରେ। ତେଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଚୁମ୍ବନଠାରୁ ଦୂରେଇବା ଭଲ।
ସିଫିଲିସ୍: ଏହି ରୋଗ ମୁଖ୍ୟତଃ ଶାରୀରିକ ସମ୍ପର୍କ ଜରିଆରେ ବ୍ୟାପିଥାଏ। ପାଟିରେ ଘା’ ହୋଇଥିବା ବ୍ୟକ୍ତିଙ୍କ ସହ ଚୁମ୍ବନରୁ ସଂକ୍ରମଣ ହୋଇପାରେ।
ମେନିଞ୍ଜାଇଟିସ୍: ମେନିଞ୍ଜାଇଟିସ୍ ଅନେକ ସମୟରେ ଜୀବନ ବି ନେଇପାରେ। ଏହା ଭାଇରସ୍, ବ୍ୟାକ୍ଟେରିଆ, ଫଙ୍ଗସ୍ ଓ ପାରାସାଇଟ୍ ଯୋଗୁଁ ହୋଇପାରେ। କେତେକ ଜୀବାଣୁଜନିତ ମେନିଞ୍ଜାଇଟିସ୍ ଲାଳ ସହ ସିଧା ସମ୍ପର୍କ ଯୋଗୁଁ କିମ୍ବା ଚୁମ୍ବନ ମାଧ୍ୟମରେ ବ୍ୟାପିଥାଏ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button