Site icon Swayam News

ଭାରତରେ ବିଶ୍ବର ୫୭% ତିନିଚକିଆ ଇଭି: ଦୁଇଚକିଆରେ ଦ୍ବିତୀୟ ସ୍ଥାନରେ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଗ୍ରହଣୀୟତାରେ ସମଗ୍ର ବିଶ୍ବରେ ଭାରତ ଅଗ୍ରଣୀ ସ୍ଥାନରେ ରହିଛି। ବ୍ରାଜିଲ୍‌ରେ ଚାଲିଥିବା ସିଓପି୩୦ ସମ୍ମିଳନୀରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବିଶ୍ବର ୫୭ ପ୍ରତିଶତ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଭାରତରେ ଚାଲୁଛି। ୨୦୨୩-୨୪ରେ ବାର୍ଷିକ ୨୩ ପ୍ରତିଶତ ହାରରେ ଭାରତରେ ହାଲୁକା ଇଲେକ୍ଟ୍ରିକ୍ ତିନିଚକିଆ ଯାନ ବିକ୍ରି ହୋଇଛି। ୨୦୨୫ର ପ୍ରଥମ ଛଅ ମାସରେ ମଧ୍ୟ ସେଥିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କେବଳ ତିନିଚକିଆ ନୁହେଁ, ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତାରେ ମଧ୍ୟ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ସ୍ବଚ୍ଛ ଶକ୍ତିରେ ଚାଲୁଥିବା ଗାଡ଼ି ଗ୍ରହଣ କରି ଭାରତ ଦ୍ରୁତ ଗତିରେ ଶୂନ ନିର୍ଗମନ ପରିବହନ ବ୍ୟବସ୍ଥା ଆଡ଼କୁ ଗତି କରୁଛି।

ରିପୋର୍ଟରେ କୁହାଯାଇଛି ଯେ ଫେମ୍ ଓ ପିଏମ୍‌ ଇ-ଡ୍ରାଇଭ୍‌ ଭଳି ସରକାରୀ ଯୋଜନା ପ୍ରଭାବରେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଗାଡ଼ି ଓ ଇଲେକ୍ଟ୍ରିକ୍ ଯାନ ମୂଲ୍ୟ ମଧ୍ୟରେ ଅନ୍ତର କମ୍ ହୋଇଛି। ଫଳରେ ସେଗୁଡ଼ିକର ଗ୍ରହଣୀୟତା ବଢ଼ିଛି। ଉଭୟ ସରକାର ଓ ଘରୋଇ ସଂସ୍ଥାଗୁଡ଼ିକ ଇଭି ଗ୍ରହଣୀୟତା ବଢ଼ାଇବା ଦିଗରେ କାମ କରୁଛନ୍ତି। ପିଏମ୍ ଇ-ଡ୍ରାଇଭ୍ ସ୍କିମ୍‌ରେ ଅଢ଼େଇ ଲକ୍ଷ ଇଲେକ୍ଟ୍ରିକ୍ ଦୁଇଚକିଆ ଓ ୩,୨୦,୦୦୦ ଇଲେକ୍ଟ୍ରିକ୍ ତିନିଚକିଆ ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଗାଡ଼ି ଓ ଚାର୍ଜିଂ ଭିତ୍ତିଭୂମି ପାଇଁ ୩୧୫ ନିୟୁତ ଡଲାରର ସବ୍‌ସିଡି ଦିଆଯିବ।

 

ସୌଜନ୍ୟ – ସମ୍ବାଦ

Exit mobile version