ଜାତୀୟ

ଭାରତରେ ମିଶିବ PoK ! ଲଣ୍ଡନରେ ଜଳିଲା ସ୍ୱାଧିନତାର ନିଆଁ, ପାକ୍ ଦୂତାବାସ ଆଗରେ ବଡ଼ ବିକ୍ଷୋଭ

ଜମ୍ମୁ କାଶ୍ମୀର ନ୍ୟାଶନାଲ ଇଣ୍ଡିପେଣ୍ଡେନ୍ସ ଆଲୟାନ୍ସର ମୁଖ୍ୟ ମହମ୍ମୁଦ କାଶ୍ମୀରି କହିଛନ୍ତି ଯେ, ହଜାର ହଜାର ଲୋକେ ପାକିସ୍ତାନ ହାଇ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସାରା ବିଶ୍ୱର କାଶ୍ମୀରବାସୀ ପାକିସ୍ତାନ ସେନା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ସେମାନେ କୌଣସି ପ୍ରକାରେ ପାକ୍ ଆଗରେ ଆଣ୍ଠେଇବେ ନାହିଁ । ଲଢେଇ କରିବେ । ଅତ୍ୟାଚାର ବିରୋଧରେ ଆନ୍ଦୋଳନ ଜାରି ରଖିବେ ।

ଶ୍ରୀନଗର,|୦୭:ଖଣ୍ଡ ଖଣ୍ଡ ହେବାକୁ ବସିଲାଣି ପାକିସ୍ତାନ । ଗୋଟିଏ ପଟେ ବାଲୁଚିସ୍ତାନରେ ବିଦ୍ରୋହର ନିଆଁ ଦେଖାଦେଇଛି । ଅନ୍ୟ ଦିଗରେ ବେଆଇନ ଭାବେ ପାକ୍ କବଜାରେ ଥିବା ପିଓକେରେ ମୁକ୍ତିର ନିଆଁ ଜଳିଲାଣି । ପିଓକେବାସୀ ଖୋଲାଖୋଲି ଭାବେ ପାକ୍ ସରକାର ବିରୋଧରେ ନାରାବାଜି କରୁଛନ୍ତି । ଫଳରେ ସେନାକୁ ହସ୍ତକ୍ଷେପ କରିବାକୁ ପଡିଛି । ତେବେ ଏହି ନିଆଁ ଏବେ ଇଂଲଣ୍ଡକୁ ବ୍ୟାପିଲାଣି । ହଜାର ହଜାର ଲୋକେ ଲଣ୍ଡନ କାଶ୍ମୀର ମିଲିୟନ ମାର୍ଚ୍ଚ ଆରମ୍ଭ କରିଛନ୍ତି ।

ପୂର୍ବରୁ କେବଳ ପିଓକେରେ ବିଦ୍ରୋହର ନିଆଁ ଜଳୁଥିଲା । ପାକ୍ ସେନା ଏବଂ ସରକାର ବିରୋଧରେ ନାରାବାଜି ହେଉଥିଲା । ଏବେ ଇଂଲଣ୍ଡରେ ଏହାର ପ୍ରଭାବ ପଡିଛି । ପ୍ରଦର୍ଶନକାରୀମାନେ ପିଓକେର ସ୍ୱାଧିନତା ସପକ୍ଷରେ ନାରା ଲଗାଇଛନ୍ତି । ଏହାସହ ଜାକ୍ ନେତା ସୌକତ ନଓ୍ୱାଜ ମୀରଙ୍କୁ ଗିରଫଦାରୀକୁ ନିନ୍ଦା କରିଛନ୍ତି ।

ଜମ୍ମୁ କାଶ୍ମୀର ନ୍ୟାଶନାଲ ଇଣ୍ଡିପେଣ୍ଡେନ୍ସ ଆଲୟାନ୍ସର ମୁଖ୍ୟ ମହମ୍ମୁଦ କାଶ୍ମୀରି କହିଛନ୍ତି ଯେ, ହଜାର ହଜାର ଲୋକେ ପାକିସ୍ତାନ ହାଇ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସାରା ବିଶ୍ୱର କାଶ୍ମୀରବାସୀ ପାକିସ୍ତାନ ସେନା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ସେମାନେ କୌଣସି ପ୍ରକାରେ ପାକ୍ ଆଗରେ ଆଣ୍ଠେଇବେ ନାହିଁ । ଲଢେଇ କରିବେ । ଅତ୍ୟାଚାର ବିରୋଧରେ ଆନ୍ଦୋଳନ ଜାରି ରଖିବେ ।

ଭାରତ ସହ ମିଶିବାକୁ ଦାବି ଜୋରଦାର

ରବିବାର ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ ତିତ୍ରିନୋଟ ଅଞ୍ଚଳରେ ମଧ୍ୟ ପିଓକେର ସାଧାରଣ ଲୋକେ ପାକିସ୍ତାନ ସରକାର ଓ ସେନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକାରୀମାନେ ଭାରତ ସହ ପୁଣିଥରେ ମିଶିବା ସପକ୍ଷରେ ସ୍ଲୋଗାନ ଦେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଶନିବାର (୪ ଜୁଲାଇ) ଆୱାମୀ ଆକ୍ସନ କମିଟି ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ସହ ଜମ୍ମୁର ଲୋକଙ୍କୁ ସମର୍ଥନ ଓ ସହଯୋଗ ପାଇଁ ଆହ୍ୱାନ କରାଯାଇଥିଲା। ସେହି ସଂଗଠନ ଭାରତ ସହ ପୁନର୍ମିଳନର ଦାବି ମଧ୍ୟ ଉଠାଇଥିବା କୁହାଯାଉଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button