Site icon Swayam News

ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଡ଼ିମିରିସେଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସ ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିଥିଲେ। ଅନେକ ଛାତ୍ରଛାତ୍ରୀଙ୍କର ମୁଣ୍ଡ ବୁଲାଇଥିଲା। ପ୍ରଥମେ ୪ ଜଣ ବାନ୍ତି କରିଥିଲେ। ପରେ ଆଉ ୮ ଜଣ ବାନ୍ତି କରିଥିଲେ। ଏହି ସଂଖ୍ୟା ଧୀରେଧୀରେ ୨୧କୁ ବୃଦ୍ଧି ପାଇଥିଲା। ସମସ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟାଳୟର ଶିକ୍ଷକ ଓ ପରିବାର ଲୋକେ ଆଣି ଥିଲେ।

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଅସାବଧନାତା ଯୋଗୁଁ ବିଭିନ୍ନ ପ୍ରକାରର ଅପ୍ରୀତିକର ଘଟଣା ଦେଖିବାକୁ ମିଳୁଛି। ଅନେକ ସମୟରେ ପିଲମାନେ ମଧ୍ୟହ୍ନ ଭୋଜନ ଖାଇ ଅସୁସ୍ଥ ହେଉଛନ୍ତି। ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ବୁଦ୍ଧିଜୀବୀମାନେ ଅଭିଯୋଗ ଆଣୁଛନ୍ତି।
ରିପୋର୍ଟ ଲେଖାଯିବା ବେଳକୁ ୨୧ ଜଣ ଛାତ୍ରଛାତ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଡିଛି। ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ ୮୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ଅନ୍ୟ ପିଲାମାନେ ଭଲ ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ପିଲମାନେ ବାନ୍ତି ହୋଇଥିଲା ସେ ନେଇ ଜଣାପଡ଼ି ନାହିଁ।
ସୌଜନ୍ୟ-ସମ୍ୱାଦ

Exit mobile version