ରାଜ୍ୟ

ମହାକାଳପଡ଼ାରେ ବିଜେପି ବୁଥ୍ ସଭାପତିଙ୍କୁ ନୃଶଂସ ହତ୍ୟା, ଜଣେ ଅଟକ

ମହାକାଳପଡ଼ା ବ୍ଲକର ରାମନଗର ଅଞ୍ଚଳରେ ଘଟିଛି ଏହି ହୃଦୟବିଦାରକ ଘଟଣା । ମୃତକ ହେଲେ ସ୍ଥାନୀୟ ବିଜେପି ବୁଥ୍ ସଭାପତି ତପନ ଦାସ । ପ୍ରାଥମିକ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ କାଠ ଫାଳିଆରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଅନ୍ୟ ସ୍ଥାନରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

କନକ ବ୍ୟୁରୋ : ମହାକାଳପଡ଼ା ବ୍ଲକର ରାମନଗର ଅଞ୍ଚଳରେ ଘଟିଛି ଏହି ହୃଦୟବିଦାରକ ଘଟଣା । ମୃତକ ହେଲେ ସ୍ଥାନୀୟ ବିଜେପି ବୁଥ୍ ସଭାପତି ତପନ ଦାସ । ପ୍ରାଥମିକ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ କାଠ ଫାଳିଆରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଅନ୍ୟ ସ୍ଥାନରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣାର ଖବର ପାଇ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ତୁରନ୍ତ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ, ହତ୍ୟାର ପ୍ରକୃତ କାରଣ ଓ ଏହା ପଛରେ ଥିବା ସମ୍ଭାବ୍ୟ ଷଡ଼ଯନ୍ତ୍ରକୁ ନେଇ ପୁଲିସ ଛାନଭିନ୍ ଚଳାଇଛି । ଏହି ହତ୍ୟାକାଣ୍ଡ ପରେ ରାମନଗର ଅଞ୍ଚଳରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିବା ବେଳେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ପୁଲିସର ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

 

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button