ରାଜ୍ୟ

ରାୟଗଡ଼: ହାଡ଼ପା ନିଖିଲ ହତ୍ୟାକାଣ୍ଡ ଘଟଣା, ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି, ଚେତାବନୀ ଦେଲେ ପରିବାର ଲୋକ

ରାୟଗଡ଼: ବହୁ ଚର୍ଚ୍ଚିତ ହାଡ଼ପା ନିଖିଲ ହତ୍ୟାକାଣ୍ଡ ଘଟଣାରେ ଏ ଯାଏଁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇନି। ଏପଟେ ଟାଉନ ଥାନା ଆଗରେ ବାଣ ଫୁଟାଇ ଶବ ଶୋଭାଯାତ୍ରା କଲେ ଉତ୍ୟକ୍ତ ଲୋକେ। ପରେ ମୃତକଙ୍କ ବାଇକ୍ ପୋଡ଼ି ପ୍ରତିବାଦ କଲେ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଚେତାବନୀ ଦେଇଛନ୍ତି ମୃତକଙ୍କ ପିତା ହାଡାପା ଶିବା। ନହେଲେ ବଡ଼ ଧାରଣା ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ରାୟଗଡ ସହରରେ ଶନିବାର ରାତିରେ ନିଖିଲ ନାମକ ଜଣେ ୧୮ ବର୍ଷୀୟ ଯୁବକକୁ କିଛି ଅଜଣା ଦୁର୍ବୃତ୍ତ ମାନେ ଇନ୍ଦିରା ନଗର ତୃତୀୟ ଗଳିରେ ଗୁଳି କରି ଏକ ବୋଲେରୋ ଗାଡିରେ ଅପହରଣ ପରେ ହତ୍ୟା କରିଥିବା ଘଟଣାକୁ ନେଇ ରାୟଗଡ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦାମାନେ ରବିବାର ପୂର୍ବାହ୍ନରୁ ରାୟଗଡା ଥାନା ଘେରାଉ କରିଥିଲେ। ଗତକାଲି ରାତିରେ ଶବ ବ୍ୟବଚ୍ଛେଦ ପରେ ପୁଲିସ ଶବକୁ ହସ୍ତାନ୍ତର କରିଥିଲା।

ଗତ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳି କରାଯାଇ ହତ୍ୟା କରାଯାଇଥିବା ବେଳେ ଅପହରଣର କେଇ ଘଣ୍ଟା ମଧ୍ୟରେ ପରିବାର ଲୋକେ ରାୟଗଡ ଥାନାରେ ଅଭିଯୋଗ କରିଥିଲେ। ପୁଅର ଅପହରଣ ଏବଂ ତା’ଜୀବନ ପ୍ରତି ବିପଦ ଥିବା ନେଇ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେବା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ବାପା ହାଡପା ଶିବା ଓ ତାଙ୍କ ମାଆ ଅଭିଯୋଗ କରିଛନ୍ତି। ଗତ ଶନିବାର ଇନ୍ଦିରା ନଗର ତୃତୀୟ ଗଳିରେ ଅପହରଣ ସ୍ଥାନରେ ନିଖିଲଙ୍କୁ ଦୁର୍ବୁତ୍ତ ମାନେ ଗୁଳି କରି ହତ୍ୟା କରିଥିଲେ। ନାଗାବଳୀ ନଦୀ ପାଠରୁ ଶବକୁ ଜବତ କରିଥିଲା ପୋଲିସ।

 

 

 

 

ସୌଜନ୍ୟ Prameya News7

Show More
Back to top button