ଜାତୀୟ

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବ ୨୦୦୧ ଅକ୍ଟୋବର ୭ରୁ ୨୦୨୬ ଅକ୍ଟୋବର ୭ ମଧ୍ୟରେ ମୋଦିଙ୍କ ନିରନ୍ତର ଜନସେବାକୁ ଦର୍ଶାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଏହି ସଂକଳ୍ପରେ ମୋଦି ନେଇଥିବା ବିଭିନ୍ନ ନିଷ୍ପତ୍ତି ଉଲ୍ଲେଖ ରହିଛି, ଯାହା ସାଧାରଣ ଜନତାଙ୍କ ଜୀବନକୁ ପ୍ରଭାବିତ କରିବା ସହ ଦେଶକୁ ଆତ୍ମବିଶ୍ୱାସ ଦେଇଛି। ମୋଦିଙ୍କ ସଫଳତା ଓ ଦୀର୍ଘ ସେବା ତାଙ୍କ ଶାସନ ଶୈଳୀ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ଏବଂ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି ଅଶ୍ୱିନୀ କହିଛନ୍ତି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button