ଜାତୀୟ

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ ଗରବା ଆୟୋଜନକୁ ନେଇ ଭାଜପା ବିଧାୟକ ସଞ୍ଜୟ ଉପାଧ୍ୟାୟ ମୁସଲିମଙ୍କ ପ୍ରବେଶ ସମ୍ପର୍କରେ ତିଳକ ଲଗାଇବା ଓ ଦେବୀଙ୍କ ଆଳତି-ପୂଜା କରିବା ଭଳି ସର୍ତ୍ତର କଥା କହିଛନ୍ତି ।

ଏହାପରେ ମଧ୍ୟପ୍ରଦେଶର ଭାଜପା ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନକୁ ନେଇ ମଧ୍ୟ ବିବାଦ ତେଜିଛି । ଏହି ବୟାନ ଉପରେ କଂଗ୍ରେସ ବିଧାୟକ ଆରିଫ ମସୁଦ ପ୍ରତିକ୍ରିୟା ଦେଇଛନ୍ତି। ମୁମ୍ବାଇର ବୋରିଭଲିରେ ଆୟୋଜିତ ହେବାକୁ ଥିବା ଗରବା କାର୍ଯ୍ୟକ୍ରମକୁ ନେଇ ଭାଜପା ବିଧାୟକ ସଞ୍ଜୟ ଉପାଧ୍ୟାୟ କହିଛନ୍ତି ଯେ, ଗରବାରେ ଯୋଗଦେବାକୁ ଚାହୁଁଥିବା ମୁସଲିମ ବ୍ୟକ୍ତିଙ୍କୁ ତିଳକ ଲଗାଇବା ସହ ଦେବୀଙ୍କ ଆଳତି ଓ ପୂଜା କରିବାକୁ ହେବ। ସେ ପତ୍ନୀ, ଭଉଣୀ କିମ୍ବା ଝିଅଙ୍କ ସହ ଆସିବା କଥା ମଧ୍ୟ କହିଛନ୍ତି।ଆୟୋଜକଙ୍କ ପକ୍ଷରୁ ଗରବା କାର୍ଯ୍ୟକ୍ରମରେ ପ୍ରବେଶ ସମୟରେ ଆଧାର କାର୍ଡ ଯାଞ୍ଚ କରାଯିବ ବୋଲି ମଧ୍ୟ ରିପୋର୍ଟ ହୋଇଛି। ଏହି ମାମଲାକୁ ନେଇ ମହାରାଷ୍ଟ୍ରରେ ଗରବା ଓ ଦାଣ୍ଡିଆ କାର୍ଯ୍ୟକ୍ରମରେ ମୁସଲିମଙ୍କ ଅଂଶଗ୍ରହଣକୁ ନେଇ ଚର୍ଚ୍ଚା ଚାଲିଛି।

ମଧ୍ୟପ୍ରଦେଶର ଭାଜପା ବିଧାୟକ ରାମେଶ୍ୱର ଶର୍ମା ମଧ୍ୟ ଗରବାରେ ମୁସଲିମଙ୍କ ପ୍ରବେଶ ପ୍ରସଙ୍ଗରେ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୁସଲିମମାନେ ଗରବାକୁ ଆସିବାକୁ ଚାହୁଁଥିଲେ ଆସନ୍ତୁ, କିନ୍ତୁ କେବଳ ଯୁବକମାନେ ନଆସି ନିଜ ପରିବାରର ଭଉଣୀ-ଝିଅମାନଙ୍କୁ ମଧ୍ୟ ସାଙ୍ଗରେ ଆଣନ୍ତୁ । ସେ ତିଳକ ଲଗାଇବା ଓ ‘ଜୟ ଶ୍ରୀରାମ’ କହିବା କଥା ମଧ୍ୟ କହିଛନ୍ତି। ଶର୍ମାଙ୍କ ବୟାନ ପରେ ଭୋପାଳର କଂଗ୍ରେସ ବିଧାୟକ ଆରିଫ ମସୁଦ ପ୍ରତିକ୍ରିୟା ଦେଇଛନ୍ତି। ମସୁଦ ଏଭଳି ବୟାନ ଦେଇ ଧାର୍ମିକ ପରିବେଶକୁ ନେଇ ବିବାଦ ସୃଷ୍ଟି କରାଯାଉଥିବା ଅଭିଯୋଗ କରିଛନ୍ତି ଏବଂ ଶର୍ମାଙ୍କୁ ନିଜ ଭାଷାରେ ସଂଯମ ରଖିବାକୁ କହିଛନ୍ତି।

 

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button