ରାଜ୍ୟ

ରାଜ୍ୟରେ ୧ ଲକ୍ଷ ରକ୍ତଶିକୁଳି ରୋଗୀ, ୬ ଲକ୍ଷ ରୋଗବାହକ ଚିହ୍ନଟ

୨୦୪୭ ସୁଦ୍ଧା ଦେଶରେ ରକ୍ତଶିକୁଳି ରୋଗକୁ ସମ୍ପୂର୍ଣ୍ଣ ଦୂରେଇବା ଲକ୍ଷ୍ୟରେ ୧୭ଟି ରାଜ୍ୟରେ ସିକଲ୍‌ସେଲ୍‌ ସେଣ୍ଟର ଅଫ୍ କମ୍ପିଟେନ୍ସ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି।

କଟକ: ୨୦୪୭ ସୁଦ୍ଧା ଦେଶରେ ରକ୍ତଶିକୁଳି ରୋଗକୁ ସମ୍ପୂର୍ଣ୍ଣ ଦୂରେଇବା ଲକ୍ଷ୍ୟରେ ୧୭ଟି ରାଜ୍ୟରେ ସିକଲ୍‌ସେଲ୍‌ ସେଣ୍ଟର ଅଫ୍ କମ୍ପିଟେନ୍ସ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ସମ୍ବଲପୁରଦେବଗଡ଼ନବରଙ୍ଗପୁର ଭଳି ଜିଲ୍ଲାରେ ଏହି ରୋଗ ଅଧିକ ମାତ୍ରାରେ ବ୍ୟାପିଥିବା ରିପୋର୍ଟ କହୁଛି। ଏସ୍‌ସିବିରେ ଏବେ ମାସକୁ ହାରାହାରି ୬୦୦ ରକ୍ତଶିକୁଳି ରୋଗୀଙ୍କ ଚିକିତ୍ସା କରାଯାଉଛି। ଜାତୀୟ ରକ୍ତଶିକୁଳି ଆନିମିଆ ନିରାକରଣ ମିସନ୍‌ ଅଧୀନରେ ଓଡ଼ିଶାରେ ୬୫ ଲକ୍ଷ ଲୋକଙ୍କ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍‌ଏସ୍‌ସିଏଇଏମ୍‌ ଅଧୀନରେ ୬୪ ଲକ୍ଷ ୭୦ ହଜାର ୩୧୯ ଜଣଙ୍କ ସ୍କ୍ରିନିଂ କରାଯାଇଛି। ଏଥିରେ ୧ ଲକ୍ଷ ୭ ହଜାର ରକ୍ତଶିକୁଳି ରୋଗୀ ଏବଂ ୬ ଲକ୍ଷ ୧୧ ହଜାର ଜଣ ଏହି ରୋଗର ବାହକ ଚିହ୍ନଟ ହୋଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button