
ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ନୂଆ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କୁ ନିଯୁକ୍ତି ମିଳିଛି। ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ସହ ଏସୀୟ କ୍ରୀଡ଼ା ଲାଗି ଶନିବାର ଘୋଷିତ ଏହି ଭାରତୀୟ ଦଳରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ସ୍ଥାନ ମିଳିନି। ତାଙ୍କ ସହ ହାର୍ଦିକ ପାଣ୍ଡ୍ୟା ମଧ୍ୟ ବାଦ୍ ପଡ଼ିଛନ୍ତି। ଆଇପିଏଲ୍ରେ କମଳା ଟୋପି କରାୟତ୍ତ କରିଥିବା ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ଲାଗି ବରିଷ୍ଠ ଦଳରେ ସ୍ଥାନ ମିଳିଛି। ଯଶ୍ପ୍ରୀତ ବୁମ୍ରାଙ୍କୁ ଇଂଲଣ୍ଡ ଓ ଆୟର୍ଲାଣ୍ଡ ଶୃଙ୍ଖଳା ଲାଗି ବିଶ୍ରାମ ଦିଆଯାଇଛି। ହେଲେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏସୀୟ କ୍ରୀଡ଼ା ଲାଗି ଦଳରେ ସେ ସ୍ଥାନ ପାଇଛନ୍ତି। ଏସୀୟ କ୍ରୀଡ଼ା ଦଳରେ କିନ୍ତୁ ମହମ୍ମଦ ସିରାଜ ଓ ପ୍ରିନ୍ସ ଯାଦବଙ୍କୁ ସ୍ଥାନ ମିଳିନି।
ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍ ୨୬ ଓ ୨୮ ତାରିଖରେ ଖେଳାଯିବ। ଏହି ଦୁଇଟି ଯାକ ମ୍ୟାଚ୍ ବେଲ୍ଫାଷ୍ଟରେ ଖେଳାଯିବ। ଏହାପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁଲାଇ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଲାଗି ଭାରତୀୟ ଦଳ: ଶ୍ରେୟସ ଆ୍ରୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍ (ୱିକେଟ୍ରକ୍ଷକ), ଈଶାନ କିଶନ (ୱିକେଟ୍ରକ୍ଷକ), ଶିବମ ଦୁବେ, ତିଳକ ବର୍ମା (ଉପଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବୈଭବ ସୂର୍ଯ୍ୟବଂଶୀ, ପ୍ରିନ୍ସ ଯାଦବ।
ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳ: ଶ୍ରେୟସ ଆ୍ରୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍ (ୱିକେଟ୍ରକ୍ଷକ), ଈଶାନ କିଶନ (ୱିକେଟ୍ରକ୍ଷକ), ଶିବମ ଦୁବେ, ତିଳକ ବର୍ମା(ଉପଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବୈଭବ ସୂର୍ଯ୍ୟବଂଶୀ।
ସୌଜନ୍ୟ ସମ୍ବାଦ




