ଜିଲ୍ଲା

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି l ପାଦ ଚଲା ରାସ୍ତା ପାଇଁ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l

ଏଥିସହ ଲବଣ ଶ୍ରମିକ ହାଇସ୍କୁଲଠାରୁ ନୀଳାଦ୍ରିପୁର ଗ୍ରାମ ସାହି ଭିତର ଦେଇ କୁମାରୀ ବନ୍ଧଠାରୁ ହୁମା ଖଟୁଆ କୁଦା ବଟେଶ୍ୱର ପର୍ଯ୍ୟନ୍ତ କେନାଲ ପାର୍ଶ୍ୱ ରାସ୍ତା ଅତି ଶୋଚନୀୟ ହୋଇ ବଡ଼ ବଡ଼ ଖାଲ ହୋଇରହିଛି l ଉକ୍ତ ବିପଦପୂର୍ଣ୍ଣ ରାସ୍ତାରେ ଶହ ଶହ ସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଚାରି ଚକିଆ ଯାନବାହନ ଓ ବାଇକ ଆଦି ଯାତାୟାତ ହେଉଅଛି। ସେହି ରାସ୍ତା ଉପରେ ପାଖାପାଖି ୭ରୁ ୮ ଖଣ୍ଡ ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି l ତଥାପି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ କହିଛନ୍ତି।

ଏନେଇ ଆରଡ଼ି ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ଏବଂ ସେମାନେ ଉକ୍ତ ରାସ୍ତା ବିଷୟରେ କିଛି ଜାଣି ନାହାନ୍ତି ବୋଲୁ କହୁଥିବା ଗ୍ରାମବାସୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ରାସ୍ତା ଘାଟ ମିଛ ବିକାଶର ବାହାନା ଦେଖାଇ ଲୋକଙ୍କୁ ଠକୁଛନ୍ତି ବୋଲି ପୂର୍ବତନ ସରପଞ୍ଚ ଦିଲୀପ କୁମାର ଛୋଟରାଏ କହିଛନ୍ତି l ଏଥିପାଇଁ ଆଗାମୀ ଦିନରେ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ l

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button