ରାଜ୍ୟ

ସହରରେ ସିରିଜ୍‌ ଦୁର୍ଘଟଣା, ମହିଳା ମୃତ ସହ ଅନେକ ଗାଡ଼ି ଭାଙ୍ଗି ଚୁର୍‌ମାର୍‌

ବଲାଙ୍ଗୀର ୧୧।୦୮ : ବଲାଙ୍ଗୀର ସହରରେ ସିରିଜ୍ ଦୁର୍ଘଟଣା । ବେପାରୁଆ ପିକ୍ଅପ୍ ଗାଡ଼ି ନେଇଗଲା ମହିଳାଙ୍କ ଜୀବନ । ମହିଳାଙ୍କୁ ଧକ୍କା ଦେବା ପରେ ବିଭିନ୍ନ ସ୍ଥାନରେ ବାଇକ, ସ୍କୁଟର ଓ କାରକୁ ପିଟିଲା ଗାଡ଼ି । ସିରିଜ୍ ଦୁର୍ଘଟଣା ପରେ ଫେରାର ମାରୁଥିବା ପିକଅପ ଗାଡ଼ି ସହ ଡ୍ରାଇଭରକୁ ଧରିଲା ପୋଲିସ ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବଲାଙ୍ଗୀର ସହରର ସୁଦପଡ଼ା ନିକଟରେ ଘଟିଥିଲା ଦୁର୍ଘଟଣା । ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଜଣେ ମହିଳାଙ୍କ ଧକ୍କା ଦେଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ବାଇକ, ସ୍କୁଟର କାରକୁ ଧକ୍କା ଦେଇଥିଲା । ଯାହାଫଳରେ ସୁଦପଡ଼ା ଠାରୁ ଟ୍ରାଫିକ ଜାମ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ଜଣେ ମହିଳା

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଏହାସହ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ବଲାଙ୍ଗୀର ପୋଲିସ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button