ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍କାଉଣ୍ଟରରେ ୫ ମାଓବାଦୀ ନିପାତ

ମାଲକାନଗିରି ୨୦।୦୨ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ପାଞ୍ଚ ମାଓବାଦୀ ନିପାତ ହୋଇଛନ୍ତି । ବାକି ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର କେରେଗୁଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ଏହି ଗୁଇନ୍ଦା ସୂଚନା ପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ଦୀର୍ଘ ସମୟ ଧରି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଶେଷରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତଦେହ ମିଳିଥିଲା । ତେଣୁ ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇତିବା ଜଣାପଡିଛି ।
ସେପଟେ ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏବେବି ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବା ଖବର ମିଳିଛି ।
ସୌଜନ୍ୟ Prameya News7




