ଖେଳ

Alonso Left Post ଆଲୋଁସୋ ହେଲେ ଆଲୋଡ଼ା, ମାତ୍ର ୭ ମାସରେ ରିୟଲ୍‌ ମାଡ୍ରିଡ୍‌ ଛାଡ଼ିଲେ

ଜଣେ ପ୍ରତିଷ୍ଠିତ FOOTBALLER ଭାବେ ଖୁବ ନାମ କମାଇଥିବା ଆଲୋଁସୋ ମାତ୍ର ୭ ମାସ ଦାୟିତ୍ବ ନେବା ପରେ ଲା ଲିଗା କ୍ଲବ୍‌ ରିୟଲ୍‌ ମାଡ୍ରିଡ୍‌ର ପ୍ରଶିକ୍ଷକ ତଥା ପ୍ରବଂଧକ ପଦ ଛାଡ଼ିଛନ୍ତି।

ମାଡ୍ରିଡ୍‌: ଜୟ ଓ ପରାଜୟ କିଭଳି ଜଣେ ପ୍ରଶିକ୍ଷକ ଜୀବନର ଭାଗ୍ୟ ବିଦଳାଇଦିଏ, ତାହାର ସଦ୍ୟତମ ଉଦାହରଣ ସାଜିଛନ୍ତି ଜାଭି ଆଲୋଁସୋ। ଜଣେ ପ୍ରତିଷ୍ଠିତ ଫୁଟ୍‌ବଲର୍‌ ଭାବେ ଖୁବ ନାମ କମାଇଥିବା ଆଲୋଁସୋ ମାତ୍ର ୭ ମାସ ଦାୟିତ୍ବ ନେବା ପରେ ଲା ଲିଗା କ୍ଲବ୍‌ ରିୟଲ୍‌ ମାଡ୍ରିଡ୍‌ର ପ୍ରଶିକ୍ଷକ ତଥା ପ୍ରବଂଧକ ପଦ ଛାଡ଼ିଛନ୍ତି। ସ୍ପାନିସ୍‌ ସୁପର୍‌ କପ୍‌ରେ ବାର୍ସିଲୋନା ନିକଟରୁ ୨-୩ ପରାଜୟ ପରେ କ୍ଲବ୍‌ ସହ ଆପୋଷ ବୁଝାମଣା ଭିତ୍ତିରେ ସେ ପଦ ପରିତ୍ୟାଗ କରିଛନ୍ତି।

ଧୈର୍ଯ୍ୟହରା ହୋଇ ନିଷ୍ପତ୍ତି‌ ବୋଲି ପ୍ରଶଂସକମାନେ କହିବା ଆରମ୍ଭ କରିଛନ୍ତି

ଅନ୍ୟ ଏକ ରିପୋର୍ଟରେ କିନ୍ତୁ ଆଲୋଁସୋଙ୍କୁ ବିତାଡ଼ିତ କରାଯାଇଥିବା କୁହଯାାଇଛି। ‘ଭାଜି ଆଲୋଁସୋ ସର୍ବଦା ଆମ ଭଲ ପାଇବା ଓ ସମ୍ମାନର ହକ୍‌ଦାର ରହିଛନ୍ତି। ରିୟଲ୍‌ ମାଡ୍ରିଡ୍‌ ପ୍ରଶଂସକଙ୍କ ପାଇଁ ସେ ଜଣେ ମହାନ କିଂବଦନ୍ତି ଏବଂ ସେ କ୍ଲବ୍‌ର ସର୍ବକାଳୀନ ପ୍ରତିନିଧିତ୍ବ କରିଛନ୍ତି। ରିୟଲ୍‌ ମାଡ୍ରିଡ୍‌ ତାଙ୍କ ପାଇଁ ସବୁବେଳେ ଘର ଭଳି ହୋଇ ରହିଛି’ ବୋଲି କ୍ଲବ୍‌ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଆଲୋଁସୋଙ୍କ ନିଯୁକ୍ତି ପରେ ତାଙ୍କୁ ନେଇ କ୍ଲବ୍‌ ଦୀର୍ଘମିଆଦି ଯୋଜନାରେ ରହିଥିଲେ ମଧ୍ୟ ‌ଧୈର୍ଯ୍ୟହରା ହୋଇ ଏଭଳି ନିଷ୍ପତ୍ତି‌ ନେଇଛି‌ ବୋଲି ପ୍ରଶଂସକମାନେ କହିବା ଆରମ୍ଭ କରିଛନ୍ତି।

ଏଥି ସହିତ କ୍ଲବ୍‌ ପୂର୍ବତନ ଡିଫେଣ୍ଡର୍‌ ଆଲଭାରୋ ଆର୍ବେଲୋଆଙ୍କୁ ଆଲୋଁସୋଙ୍କୁ ନୂଆ ପ୍ରବଂଧକ ନିଯୁକ୍ତ କରିଛି। ରିୟଲ୍‌ ମାଡ୍ରିଡ୍‌ର ଅନ୍ୟତମ ସଫଳ ସମୟରେ ଆଲ‌ଭାରୋ ଖେଳିଥିଲେ। ୨୦୦୯ରୁ ୨୦୧୬ ମସିହା ମଧ୍ୟରେ ସେ ୨୩୮ ମ୍ୟାଚ୍‌ ଖେଳି ୨ ଥର ଚାମ୍ପିଅନ୍ସ ଲିଗ୍‌ ସହିତ ମୋଟ ୮ ଟାଇଟଲ୍‌ ଜିତିଥିଲେ। ମୋଟ ୫୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଆଲଭାରୋ ମଧ୍ୟ ସ୍ପେନ୍‌ର ୨୦୧୦ ବିଶ୍ବକପ୍‌ ବିଜୟ ଏବଂ ଦୁଇ ଥର ୟୁରୋପିଆନ୍‌ ଲିଗ୍‌ ରେ ଖେଳିଥିଲେ।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button