ଜାତୀୟ

Delhi Satya Niketan Accident: ସତ୍ୟ ନିକେତନ ହଷ୍ଟେଲ ଦୁର୍ଘଟଣା, ଉଭଣୀ ଆଗରେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ, ୯।୯: ରାଜଧାନୀ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳର ଦୁର୍ଘଟଣା ଅନେକ ପରିବେଶକୁ ଉଜାଡ଼ି ଦେଇଛି । ଏହି ଅଭାବନୀୟ ଘଟଣାରେ ଉତ୍ତର ପ୍ରଦେଶର ଦୁଇ ଜଣ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ, ସେମାନଙ୍କ ପରିବେଶରେ ଶୋକର କାୟା ଖେଳିଯାଇଛି । ଔରୈୟା ଜିଲ୍ଲାର ଦିବିଆପୁର ନିବାସୀ ୧୭ ବର୍ଷୀୟ ପବନ ସିଂହ ଦିଲ୍ଲୀର ଏକ ହଷ୍ଟେଲରେ ରହି ବିଏସସି-କମ୍ପ୍ୟୁଟର ପାଠ ପଢ଼ୁଥିଲେ । ନିକଟରେ ରକ୍ଷାବନ୍ଧନ ଓ ଜନ୍ମାଷ୍ଟମୀ ପାଳିବା ପାଇଁ ସେ ନିଜ ଘରକୁ ଯାଇଥିଲେ । ସେଠାରେ ତାଙ୍କର ଚାରି ଜଣ ଭଉଣୀ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଖୁସିରେ ଭାଇକୁ ବିଦାୟ ଦେଇଥିବା ଭଉଣୀମାନେ କେବେବି ଭାବିନଥିଲେ ଯେ ଏହା ଥିଲା ସେମାନଙ୍କର ଶେଷ ରକ୍ଷାବନ୍ଧନ ।

ଦିଲ୍ଲୀ ଫେରିବାର କିଛି ଦିନ ପରେ ସତ୍ୟ ନିକେତନରେ ହଷ୍ଟେଲ କୋଠା ଭୁଶୁଡ଼ି ପଡ଼ିବାରୁ ପବନଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଦିଲ୍ଲୀରେ ରହୁଥିବା ତାଙ୍କ ଭଉଣୀ ପ୍ରିୟାଂଶୀ ଘଟଣାସ୍ଥଳରେ ପହଞ୍ଚି ଏମ୍ସ ମର୍ଟୁରୀରୁ ଭାଇର ଶବ ଚିହ୍ନଟ କରିଥିଲେ । ସୋମବାର ବିଳମ୍ବିତ ରାତିରେ ଯେତେବେଳେ ପବନଙ୍କ ମରଶରୀର ଘରକୁ ଫେରିଲା, ସେତେବେଳେ ପରିବେଶ ଅତ୍ୟନ୍ତ ମର୍ମନ୍ତୁଦ ହୋଇପଡ଼ିଥିଲା । ପବନଙ୍କର ଏଭଳି ଅକାଳ ବିୟୋଗରେ ତାଙ୍କର ଚାରି ଭଉଣୀ ଓ ବାପା-ମାଆ ଭାଙ୍ଗି ପଡ଼ିଛନ୍ତି ।

ଏହି ସମାନ ଦୁର୍ଘଟଣାରେ ଚନ୍ଦୋଲୀର ୧୯ ବର୍ଷୀୟ ଅଭିଷେକ କୁମାର ମଧ୍ୟ ପ୍ରାଣ ହରାଇଛନ୍ତି । ବିକମ ଦ୍ୱିତୀୟ ବର୍ଷର ଛାତ୍ର ଅଭିଷେକ ଗ୍ରାଜୁଏସନ୍ ପରେ ଏମବିଏ କରି ନିଜ ପରିବାରର ସାହାରା ହେବାକୁ ଚାହୁଁଥିଲେ । ମାତ୍ର ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଗଲା । ରବିବାର ଦିଲ୍ଲୀରେ ଘଟିଥିବା ଏହି ଦୁର୍ଘଟଣାରେ ଅଭିଷେକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏକ ବଡ଼ ଏବଂ ପ୍ରଶଂସନୀୟ ନିଷ୍ପତ୍ତି ନେଇଛନ୍ତି । ପରିବାରବର୍ଗ ଅଭିଷେକଙ୍କର ଚକ୍ଷୁଦାନ କରିଛନ୍ତି, ଯାହାଫଳରେ ତାଙ୍କର ଆଖି ଦୁନିଆର ଅନ୍ୟ କୌଣସି ଅନ୍ଧ ବ୍ୟକ୍ତିଙ୍କ ଜୀବନକୁ ଆଲୋକିତ କରିବ । ମଙ୍ଗଳବାର ବାରାଣାସୀର ମଣିକର୍ଣ୍ଣିକା ଘାଟରେ ଅଭିଷେକଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅଭିଷେକଙ୍କ ବାପା ସନ୍ତୋଷ କୁମାର ଖରୱାର ଦିଲ୍ଲୀ ସରକାର ଏବଂ ପ୍ରଶାସନକୁ ଏହି ଦୁର୍ଘଟଣାର କଡ଼ା ତଦନ୍ତ କରିବାକୁ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button