୫ ବର୍ଷ ଯାଏଁ କଳା ତାଲିକାଭୁକ୍ତ ହେଲା ସିଲିକନ୍ ଟେକ୍ ଲ୍ୟାବ୍, ଏଏସ୍ଓ ପରୀକ୍ଷାରେ ଅନିୟମିତତା ନେଇ ମିଳିଥିଲା ପ୍ରମାଣ

କଳା ତାଲିକାଭୁକ୍ତ ହେଲା ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍ । ସିଲିକନ୍‌କୁ କଳା ତାଲିକାଭୁକ୍ତ କଲେ ହାଇକୋର୍ଟ । ଆସନ୍ତା ୫ ବର୍ଷ ପାଇଁ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି ।

ଭୁବନେଶ୍ବର ୨।୧୨: ଏଏସ୍‌ଓ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ କଳା ତାଲିକାଭୁକ୍ତ ହୋଇଛି ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍ । ଏହି ସଂସ୍ଥାକୁ ୫ ବର୍ଷ ପର୍ଯ୍ୟନ୍ତ କଳା ତାଲିକାଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫ ମେ’ ଚୁକ୍ତି ଅନୁଯାୟୀ ଏହି ସଂସ୍ଥାକୁ ପରୀକ୍ଷା ପରିଚାଳନା ପାଇଁ ଅନୁମତି ମିଳିଥିଲା ।

ଚଳିତ ବର୍ଷ ଜୁଲାଇ ମାସରେ ଏଏସଓ ପଦବୀ ପାଇଁ ଏହିଠାରେ ମୁଖ୍ୟ ଲିଖିତ ପରୀକ୍ଷା କରାଯାଇଥିଲା । ତେବେ ସଂସ୍ଥା ବିରୁଦ୍ଧରେ ଗୋପନୀୟତା ଭଙ୍ଗ କରିବାର ଅଭିଯୋଗ ହୋଇଛି । ଯାହା ପ୍ରମାଣିତ ହେବା ପରେ ଏହାକୁ ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୌଜନ୍ୟ ସମ୍ବାଦ

Exit mobile version