15 km swim against war: ଯୁଦ୍ଧ ବିରୋଧରେ ୧୫ କି.ମି. ସନ୍ତରଣ
ବ୍ରିଟେନ୍ର ପ୍ରସିଦ୍ଧ ଏଣ୍ଡୁରାନ୍ସ ସ୍ୱିମର୍ ଲୁଇସ୍ ପ୍ୟୁ ଇରାନ୍ ଯୁଦ୍ଧର ପରିବେଶ ଉପରେ ପଡୁଥିବା ଖରାପ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ୧୫ କିଲୋମିଟର ସମୁଦ୍ରରେ ପହଁରିଛନ୍ତି।

ବ୍ରିଟେନ୍ର ପ୍ରସିଦ୍ଧ ଏଣ୍ଡୁରାନ୍ସ ସ୍ୱିମର୍ ଲୁଇସ୍ ପ୍ୟୁ ଇରାନ୍ ଯୁଦ୍ଧର ପରିବେଶ ଉପରେ ପଡୁଥିବା ଖରାପ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ୧୫ କିଲୋମିଟର ସମୁଦ୍ରରେ ପହଁରିଛନ୍ତି। ସେ ଓମାନ୍ ଉପକୂଳ ନିକଟରେ ଥିବା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ତିନି ଦିନ ଧରି ଏହି ସନ୍ତରଣ କରିଥିଲେ।
ଲୁଇସ୍ ପ୍ୟୁ ଜଣେ ଅଭିଜ୍ଞ ସନ୍ତରଣକାରୀ। ଖାଲି ସେତିକି ନୁହେଁ, ସେ ମିଳିତ ଜାତିସଂଘର ସମୁଦ୍ର ସୁରକ୍ଷା ଅଭିଯାନର ପାଟ୍ରନ୍ ମଧ୍ୟ ଅଛନ୍ତି। ଏହି ସନ୍ତରଣ ବେଳେ ସେ ଅନେକ ଭୟଙ୍କର ଘଟଣା ଦେଖିଥିଲେ। ପାଣିରେ ପହଁରୁଥିବା ସମୟରେ ତାଙ୍କଠାରୁ କିଛି କିଲୋମିଟର ଦୂରରେ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା। ଏହା ସହ ଅନ୍ୟ କିଛି ଜାହାଜରେ ନିଆଁ ଲାଗିଯାଇଥିଲା।
ପ୍ୟୁ କହିଛନ୍ତି, ଯୁଦ୍ଧ କେବଳ ମଣିଷଙ୍କ ଜୀବନ ସମେତ ସମୁଦ୍ର ଓ ସାମୁଦ୍ରିକ ତଥା ତଟବର୍ତ୍ତୀ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରୁଛି। ଏହାର ପ୍ରଭାବ ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ରହିବ। ତାଙ୍କ କହିବା ଅନୁସାରେ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ କେବଳ ଜାହାଜ ଚଳାଚଳର ଏକ ରାସ୍ତା ନୁହେଁ। ଏହା ଡଲଫିନ୍, ସମୁଦ୍ର କଇଁଛ ଓ ଡୁଗଙ୍ଗ ଭଳି ଅନେକ ସାମୁଦ୍ରିକ ଜୀବଙ୍କ ଘର। ସେ ସମସ୍ତଙ୍କୁ ତିନିଟି ଅନୁରୋଧ କରିଛନ୍ତି- ଯୁଦ୍ଧ ବନ୍ଦ କର, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଖୋଲିଦିଅ ଏବଂ ସମୁଦ୍ରରେ ହୋଇଥିବା ପ୍ରଦୂଷଣକୁ ସଫା କର।
ସୌଜନ୍ୟ ସମ୍ବାଦ




