ରାଜ୍ୟ

65% of vehicles insurance: ରାଜ୍ୟରେ ୬୫% ଗାଡ଼ିର ବୀମା ନାହିଁ: ଟୋଲଗେଟ୍‌ରେ ଇ-ଡିଟେକ୍ସନ ପଦ୍ଧତିରେ ହେବ କଡ଼ାକଡ଼ି ଯାଞ୍ଚ

ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍‌ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା, ଫିଟ୍‌ନେସ୍‌, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦିର ତଥ୍ୟ ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ।

କଟକ: ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍‌ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା, ଫିଟ୍‌ନେସ୍‌, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦିର ତଥ୍ୟ ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ, ସେଗୁଡ଼ିକ ବିରୋଧରେ ସଙ୍ଗେ ସଙ୍ଗେ ଇ-ଚାଲାଣ ଜାରି କରାଯିବ। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ ସହିତ ଗାଡ଼ିଗୁଡ଼ିକୁ ଜବତ କରିବାକୁ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

ଟୋଲଗେଟ୍‌ରେ ଇ-ଡିଟେକ୍ସନ ପଦ୍ଧତିରେ ହେବ କଡ଼ାକଡ଼ି ଯାଞ୍ଚ
ବାରମ୍ବାର ନିୟମ ଉଲ୍ଲଂଘନ କଲେ ଜବତ ହେବ ଗାଡ଼ି

ରାଜ୍ୟରେ ଚଳାଚଳ କରୁଥିବା ବହୁ ସଂଖ୍ୟକ ଯାନବାହନର ବୈଧ ବୀମା ନାହିଁ। ଫଳରେ ସଡ଼କ ଦୁର୍ଘଟଣା କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କୁ ଉଚିତ ବୀମା ସହାୟତା ମିଳିପାରୁନାହିଁ। ରାଜ୍ୟରେ ମୋଟ ୧ କୋଟି ୧ଲକ୍ଷ ୪୧ହଜାର ୯୫୧ଟି ଯାନବାହନ ଗଡୁଥିବା ବେଳେ ମାତ୍ର ୩୫ଲକ୍ଷ ୬୮ହଜାର ୩୧୮ଟି ଗାଡ଼ିର ବୈଧ ବୀମା ରହିଛି। ୬୫ ଲକ୍ଷ ୭୩ ହଜାର ୬୩୩ଟି ଗାଡ଼ିର ବୀମା ନାହିଁ। ସଡ଼କ ଦୁର୍ଘଟଣା ସହିତ ବୀମା ସହାୟତା ମିଳି ନପାରିବା ଘଟଣା ବଢ଼ିଚାଲୁଥିବାରୁ ଏହାକୁ ପରିବହନ ବିଭାଗ ମଧ୍ୟ ଗୁରୁତ୍ବର ସହ ନେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋଟର ଯାନ ନିୟମାବଳୀର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button