ରାଜ୍ୟ

Appointment letter: ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତିପତ୍ର: ୧୬ନିଯୁକ୍ତି ମେଳାରେ ୪୫ହଜାରରୁ ଅଧିକ ସରକାରୀ ନିଯୁକ୍ତି

ସରକାରୀ ସେବାରେ ସଫଳତା ପଦବି ଦ୍ୱାରା ମପା ଯାଏନାହିଁ। ବରଂ ନାଗରିକଙ୍କ ଜୀବନରେ କି ପ୍ରକାର ପରିବର୍ତ୍ତନ ଆଣିପାରୁଛନ୍ତି ତାହାଦ୍ୱାରା ମପାଯାଏ ବୋଲି ୧୬ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ....

ଭୁବନେଶ୍ବର: ସରକାରୀ ସେବାରେ ସଫଳତା ପଦବି ଦ୍ୱାରା ମପା ଯାଏନାହିଁ। ବରଂ ନାଗରିକଙ୍କ ଜୀବନରେ କି ପ୍ରକାର ପରିବର୍ତ୍ତନ ଆଣିପାରୁଛନ୍ତି ତାହାଦ୍ୱାରା ମପାଯାଏ ବୋଲି ୧୬ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ଏହି ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥିରେ ନଗର ଉନ୍ନୟନ ବିଭାଗରେ ୩୬୪ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ବିଭାଗରେ ୩୬୧ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ ଓଏଚ୍‌ପିସିରେ ୧୨ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ବିଭାଗରେ ୧୧୮ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗରେ ୧୧୧ ସହକାରୀ ପ୍ରାଧ୍ୟାପକ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୧୫ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣୀଧନ ନିରୀକ୍ଷକ, କ୍ରୀଡ଼ା ବିଭାଗରେ ୨୬ ଜୁନିୟର କୋଚ୍, ଦକ୍ଷତା ବିକାଶ ବିଭାଗରେ ୧୦ ପ୍ରଶିକ୍ଷକ ଓ ଅବକାରୀ ବିଭାଗରେ ୧୦ ଉପନିରୀକ୍ଷକଙ୍କୁ ନିଯୁକ୍ତି ମିଳିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button