ଦେଶ ବିଦେଶ

Pollution: ପ୍ରଦୂଷଣ ଯନ୍ତ୍ରଣା କମୁନି: ଧୂଆଁକୁହୁଡ଼ି ନେଲା ୧୩ ଜୀବନ, ଦିଲ୍ଲୀରେ ୧୦୦ରୁ ଅଧିକ ବିମାନ ବାତିଲ

ଉତ୍ତରପ୍ରଦେଶର ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସ୍‌ୱେରେ ଘନ ଧୂଆଁକୁହୁଡ଼ି ଯୋଗୁଁ ଭୟାବହ ଦୁର୍ଘଟଣା ଘଟିଛି। ୮ଟି ବସ୍ ଓ ୩ଟି କାର୍ ପରସ୍ପର ଉପରେ ଚଢ଼ିଯିବାରୁ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯିବା ସହ ଏହି ଭୟଙ୍କର ସିରିଜ୍ ଦୁର୍ଘଟଣାରେ....

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସ୍‌ୱେରେ ଘନ ଧୂଆଁକୁହୁଡ଼ି ଯୋଗୁଁ ଭୟାବହ ଦୁର୍ଘଟଣା ଘଟିଛି। ୮ଟି ବସ୍ ଓ ୩ଟି କାର୍ ପରସ୍ପର ଉପରେ ଚଢ଼ିଯିବାରୁ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯିବା ସହ ଏହି ଭୟଙ୍କର ସିରିଜ୍ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୭୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଧୂଆଁ କୁହୁଡ଼ି ଯୋଗୁ ଦିଲ୍ଲୀରେ ୧୦୦ରୁ ଅଧିକ ବିମାନ ବାତିଲ କରାଯାଇଛି।

ଯମୁନା ଏକ୍ସପ୍ରେସ୍ ୱେର ଆଗ୍ରା-ନୋଏଡା କ୍ୟାରେଜ୍ ୱେରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ ଘନ ଧୂଆଁ କୁହୁଡ଼ି ହେତୁ ଦୃଶ୍ୟମାନତା ହ୍ରାସ ପାଇଥିଲା। ଗାଡ଼ିଗୁଡ଼ିକ ଗୋଟିକ ପରେ ଗୋଟିଏ ପରସ୍ପର ସହ ଧକ୍କା ହୋଇଥିଲା, ଯାହା ଏକ ଭୟଙ୍କର ନିଆଁ ସୃଷ୍ଟି କରିଥିଲା ଏବଂ କିଛି ମିନିଟ୍ ମଧ୍ୟରେ ବସ୍ ଓ କାର୍‌ଗୁଡ଼ିକ ଜଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଘନ ଧୂଆଁକୁହୁଡ଼ି ତାଜମହଲକୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଅଦୃଶ୍ୟ କରିଦେଇଥିଲା।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button