ଜାତୀୟ

Instagram Policy Changes: ଭାରତରେ କଣ୍ଟେଣ୍ଟ ରେକମେଣ୍ଡସନ୍ ସିଷ୍ଟମରେ ପରିବର୍ତ୍ତନ, ଇନଷ୍ଟାରେ ଅଶ୍ଳୀଳ, ହିଂସକ ପୋଷ୍ଟ କମିବ

ନୂଆଦିଲ୍ଲୀ, ୧୮/୧୧: ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟା ଗ୍ରାମ ମଙ୍ଗଳବାର ଭାରତରେ ନିଜର କଣ୍ଟେଣ୍ଟ ରେକମେଣ୍ଡେସନ୍ ସିଷ୍ଟମ(ବିଷୟବସ୍ତୁ ସୁପାରିସ ବ୍ୟବସ୍ଥା)ରେ ପରିବର୍ତ୍ତନ କରିଥିବା କହିଛି । ତେଣୁ ଏବେ ୟୁଜରମାନଙ୍କୁ ଇନ୍‌ଷ୍ଟାଗ୍ରାମରେ ଅଶ୍ଳୀଳ, ହିଂସକ ପୋଷ୍ଟ କମ୍ ଦେଖିବାକୁ ମିଳିବ । ଏଥିଲାଗି କମ୍ପାନି କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ନୂଆ ଏବଂ ଉନ୍ନତ ମଡେଲ୍‌କୁ ବ୍ୟବହାର କରିଛି । ଏହି ମଡେଲ ଆପତ୍ତିଜନକ କଣ୍ଟେଣ୍ଟକୁ ଚିହ୍ନଟ କରି ୟୁଜରମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାକୁ ରେକମେଣ୍ଡେସନ୍ ବା ସୁପାରିସରୁ ହଟାଇଦେବ ।

ନୂଆ ସିଷ୍ଟମ ଅନୁସାରେ ଏବେ ଏଆଇ ମଡେଲଗୁଡି଼କ ୟୁଜରମାନଙ୍କ ଅଭିଯୋଗ ବିନା ଆପତ୍ତିଜନକ ପୋଷ୍ଟର ଯାଞ୍ଚ କରିବେ । ଏହି ପରିବର୍ତ୍ତନ ଇନ୍‌ଷ୍ଟାଗ୍ରାମର ରିଲ୍ସ, ଏକ୍ସପ୍ଲୋର ଏବଂ ଫିଡ୍ ସେକ୍ସନରେ ଲାଗୁ ହେବ । ଏହାଦ୍ୱାରା ୟୁଜରମାନେ ନିଜେ ଫଲୋ କରୁନଥିବା କିନ୍ତୁ ଇନ୍‌ଷ୍ଟାଗ୍ରାମର ଆଲଗୋରିଦମ୍ ସେମାନଙ୍କୁ ଦେଖାଉଥିବା ପୋଷ୍ଟ ଉପରେ ପ୍ରଭାବ ପଡି଼ବ । ସେହିପରି ଇନ୍‌ଷ୍ଟାଗ୍ରାମରେ ୟୁଜରମାନେ ନଟ୍ ଇଣ୍ଟରେଷ୍ଟେଡ୍ (ଆଗ୍ରହୀ ନୁହେଁ) ବିକଳ୍ପ ଦ୍ୱାରା ପସନ୍ଦ ଆସୁନଥିବା ପୋଷ୍ଟ ସଂଖ୍ୟା ହ୍ରାସ କରିପାରିବେ । ସେନ୍ସିଟିଭ୍ କଣ୍ଟେଣ୍ଟ କଣ୍ଟ୍ରୋଲ ଦ୍ୱାରା ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ ରଖିପାରିବେ । ହିଡନ୍ ୱାର୍ଡସ ଫିଚର ଦ୍ୱାରା ଆପତ୍ତିଜନକ ଶବ୍ଦ, କମେଣ୍ଟକୁ ଫିଲ୍ଟର କରିହେବ । ଇନ୍‌ଷ୍ଟାଗ୍ରାମ ପକ୍ଷରୁ କିଶୋରଙ୍କ ଲାଗି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ଇନ୍‌ଷ୍ଟାଗ୍ରାମ ଟିନ୍ ଆକାଉଣ୍ଟସ ପ୍ରଚଳନ କରିଛି । ଏଥିରେ ୧୩ ପ୍ଲସ୍ କଣ୍ଟେଣ୍ଟ ସେଟିଙ୍ଗ ଅନୁସାରେ ୟୁଜରଙ୍କ ବୟସ ହିସାବରେ ପୋଷ୍ଟଗୁଡିକ ପ୍ରଦର୍ଶିତ ହୋଇଥାଏ ଏବଂ ଅତିରିକ୍ତ ସୁରକ୍ଷା ନିୟମ ଲାଗୁ କରାଯାଏ । ଏଥିସହ ୟୁଜରମାନଙ୍କ ପ୍ରତିକ୍ରିୟା ଆଧାରରେ ନିଜର ଏଆଇ ସିଷ୍ଟମକୁ ନିରନ୍ତର ଉନ୍ନତ କରିବ ବୋଲି ମେଟା କହିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button