President travels in submarine: ବୁଡ଼ାଜାହାଜରେ ଯାତ୍ରା କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ପଶ୍ଚିମ ସମୁଦ୍ରକୂଳରେ ଭାରତୀୟ ନୌସେନାର ଆଗଧାଡ଼ିର ବୁଡ଼ାଜାହାଜ ଆଇଏନ୍ଏସ୍ ବାଘଶୀରରେ ଯାତ୍ରା କରିଛନ୍ତି। ବୁଡ଼ାଜାହାଜରେ ଯାତ୍ରା କରିବାରେ ମୁର୍ମୁ ଦ୍ୱିତୀୟ ରାଷ୍ଟ୍ରପତି।

କରୱାର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ପଶ୍ଚିମ ସମୁଦ୍ରକୂଳରେ ଭାରତୀୟ ନୌସେନାର ଆଗଧାଡ଼ିର ବୁଡ଼ାଜାହାଜ ଆଇଏନ୍ଏସ୍ ବାଘଶୀରରେ ଯାତ୍ରା କରିଛନ୍ତି। ବୁଡ଼ାଜାହାଜରେ ଯାତ୍ରା କରିବାରେ ମୁର୍ମୁ ଦ୍ୱିତୀୟ ରାଷ୍ଟ୍ରପତି। ଏହାପୂର୍ବରୁ ଫେବ୍ରୁଆରି ୨୦୦୬ରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ବୁଡ଼ାଜାହାଜରେ ଯାତ୍ରା କରିଥିଲେ। କର୍ଣ୍ଣାଟକର କରୱାର ନୌସେନା ଘାଟିରୁ କଲଭାରୀ ଶ୍ରେଣୀର ବୁଡ଼ାଜାହାଜରେ ଯାତ୍ରା ସମୟରେ ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଥିଲେ।
ରାଷ୍ଟ୍ରପତି କରୱାର ନୌସେନା ଘାଟିରେ ଭାରତୀୟ ନୌସେନାର ସ୍ୱଦେଶୀ ଅତ୍ୟାଧୁନିକ ବୁଡ଼ାଜାହାଜରେ ଯାତ୍ରା କରିଥିବା ସଂକ୍ରାନ୍ତ ଐତିହାସିକ ମୁହୂର୍ତ୍ତ ସଂପର୍କରେ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଏହି ଯାତ୍ରା ଅବସରରେ ରାଷ୍ଟ୍ରପତି ନୌସେନା ପୋଷାକରେ ଥିଲେ। ବାଘଶୀର ଏକ ଡିଜେଲ-ବିଦ୍ୟୁତ୍ ଚାଳିତ ବୁଡ଼ାଜାହାଜ ଏବଂ ଏହା ଶବ୍ଦବିହୀନ।
ସୌଜନ୍ୟ ସମ୍ବାଦ




