ମନୋରଞ୍ଜନ

Abhijit Majumdar Discharge ଦୁଇ ଦିନ ଭିତରେ ଏମ୍ସରୁ ଡିସଚାର୍ଜ ହେବେ ସଙ୍ଗୀତକାର ଅଭିଜିତ ମଜୁମଦାର

ଓଲିଉଡର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ବିପଦମୁକ୍ତ ଅଛନ୍ତି। ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ Discharge କରାଯିବ।

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ବିପଦମୁକ୍ତ ଅଛନ୍ତି। ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଆଜି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ନିଜର ଦୈନନ୍ଦିନ କାମକୁ ଠିକ୍ ରୂପେ କରୁଥିବା ବେଳେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଗଣେଶ ପୂଜା ଏବଂ ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଉତ୍ସାହିତ ମଧ୍ଯ ଥିଲେ । ମାତ୍ର ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମ‌ାରେ ରହିଛନ୍ତି। ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି।

ଗତ ଅକ୍ଟୋବର ୨୩ରେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା। ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ବର୍ତ୍ତମାନ ସେ Spontaneous mode ventilator supportରେ ରହିଥିଲେ ଏବଂ ତାଙ୍କ Vitals ସ୍ଥିର ଥିଲା। ଏହା ସତ୍ତ୍ବେ ବି ତାଙ୍କର Neurological ସମସ୍ୟାରେ କୌଣସି ସୁଧାର ହୋଇନଥିଲା ଓ ସେ କୋମାରେ ଥିଲେ। ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତରମାନେ ଉଦ୍ୟମ ଚଳାଇଥିଲେ।

ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ୍‌ ଜଣା।  ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ବରକୁ ଯାଇ ଡାକ୍ତରଙ୍କଠାରୁ ବିଶେଷ ତଥ୍ୟ ହାସଲ କରିବା ସହ ଡାକ୍ତରମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ  କହିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button