The Kalinga Lancers’ Campaign: ବିଜୟରୁ କଳିଙ୍ଗ ଲାନ୍ସର୍ସର ଅଭିଯାନ
ଓଡ଼ିଶା ଭିତ୍ତିକ ହକି ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ୪-୨ ଗୋଲ୍ରେ ରାଞ୍ଚି ରୟାଲ୍ସକୁ ମାତ୍ ଦେଇଛି।

ଭୁବନେଶ୍ବର: ଓଡ଼ିଶା ଭିତ୍ତିକ ହକି ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ୪-୨ ଗୋଲ୍ରେ ରାଞ୍ଚି ରୟାଲ୍ସକୁ ମାତ୍ ଦେଇଛି। ମ୍ୟାଚ୍ର ପ୍ରଥମ ମିନିଟ୍ରେ ରାଞ୍ଚିକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଟମ୍ ବୁନ୍ ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ସପ୍ତମ ମିନିଟ୍ରେ ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ସଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ରେ ଲାନ୍ସର୍ସ ସ୍ଥିତି ୧-୧ରେ କରି ନେଇଥିଲା। ଏହାର ଦୁଇ ମିନିଟ୍ ପରେ ମନଦୀପ ସିଂହ (୧୧ ମିନିଟ୍) ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇ ରାଞ୍ଚିକୁ ପୁଣି ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରରେ ପଛରେ ପଡ଼ିଥିବା ଲାନ୍ସର୍ସ ଦ୍ବିତୀୟ କ୍ବାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୩ ଗୋଲ୍ ଲଦି ଦେଇଥିଲା। ୧୬ ଓ ୨୬ତମ ମିନିଟ୍ରେ ଗୁରସାହିବଜିତ ସିଂହ ଦୁଇଟି ଫିଲ୍ଡ ଗୋଲ୍ ଦେଇଥିଲା ବେଳେ ହେଣ୍ଡ୍ରିକ୍ସ (୨୮ ମିନିଟ୍) ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇଥିଲେ। ଦ୍ବିତୀୟାର୍ଦ୍ଧର ଦୁଇ କ୍ବାର୍ଟରରେ ଉଭୟ ଦଳ ଗୋଲ୍ କରିବାକୁ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଫଳରେ ଏହି ଦୁଇ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା ବେଳେ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ୪-୨ ଗୋଲ୍ରେ ବିଜୟ ବାନା ଉଡ଼ାଇଥିଲା।




