ଦେଶ ବିଦେଶ

Researcher Death: ଭଙ୍ଗା ଟେଷ୍ଟ ଟ୍ୟୁବ୍‌ରୁ ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍: ଗବେଷକଙ୍କ ମୃତ୍ୟୁ

ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି।

ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି ମାମଲାଟି ଶେଲେଖଭରେ ଥିବା ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଘଟିଛି। ମୃତକଙ୍କ ନାମ ଡାରିଆ ସିପିଲୋଭା।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶିପିଲୋଭା ହସ୍ପିଟାଲର ଡାକ୍ତରୀ କର୍ମଚାରୀଙ୍କୁ କହିଥିଲେ ଯେ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ସମୟରେ ସେ ଭୁଲ୍‌ବଶତଃ ଜୀବନ୍ତ ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ସାର୍ବଜନୀନ କାର୍ଯ୍ୟକ୍ରମ ବାତିଲ

ଡାରିଆ ସିପିଲୋଭାଙ୍କଠାରେ ସେପ୍ଟେମ୍ବର ୨୯ ତାରିଖରେ ଗୁରୁତର ନ୍ୟୁମୋନିକ୍ ପ୍ଲେଗ୍‌ର ଲକ୍ଷଣ ଦେଖାଦେଇଥିଲା। ତାଙ୍କୁ ଚିକିତ୍ସା ଲାଗି ଶେଲେଖଭରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ତାଙ୍କର ଅକ୍ଟୋବର ୧-୨ ତାରିଖ ରାତିରେ ମୃତ୍ୟୁ ହୋଇଥିଲା। ଶିପିଲୋଭାଙ୍କ ସଂସ୍ପର୍ଶରେ ଆସିଥିବା ୨୦୦ ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପର୍ଯ୍ୟବେକ୍ଷଣ ଏବଂ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଇରକୁଟସ୍କ ଅଞ୍ଚଳରେ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button