ଖେଳ

Cricket: ଫୁଟବଲ ମ୍ୟାଚ୍‌ ପୂର୍ବରୁ କ୍ରିକେଟ୍‌ ଖେଳିଲା ଉରୁଗୁଏ ଦଳ

ଭାରତ ବିପକ୍ଷରେ ଅକ୍ଟୋବର ୬ରେ ହେବାକୁ ଥିବା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ପୂର୍ବରୁ କୋଲକାତା ସହର ବୁଲି ଦେଖିଛି ଉରୁଗୁଏ ଫୁଟବଲ ଟିମ୍‌। ଦୁଇଥରର ଫିଫା ବିଶ୍ୱକପ୍‌ ବିଜେତା ଏହି ଦଳ ସହରର କିଛି ପ୍ରସିଦ୍ଧ ସ୍ଥାନ ପରିଦର୍ଶନ କରିବା ସହ ଐତିହାସିକ...

କୋଲକାତା:ଭାରତ ବିପକ୍ଷରେ ଅକ୍ଟୋବର ୬ରେ ହେବାକୁ ଥିବା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ପୂର୍ବରୁ କୋଲକାତା ସହର ବୁଲି ଦେଖିଛି ଉରୁଗୁଏ ଫୁଟବଲ ଟିମ୍‌। ଦୁଇଥରର ଫିଫା ବିଶ୍ୱକପ୍‌ ବିଜେତା ଏହି ଦଳ ସହରର କିଛି ପ୍ରସିଦ୍ଧ ସ୍ଥାନ ପରିଦର୍ଶନ କରିବା ସହ ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ କ୍ରିକେଟ୍‌ ଖେଳିବାର ଆନନ୍ଦ ଉଠାଇଛି। ଲୁକାସ୍‌ ଟୋରେଇରା ଏବଂ ରୋନାଲ୍ଡ ଆରାଉହୋଙ୍କ ଭଳି ଖେଳାଳି ବ୍ୟାଟ୍‌ ଓ ବଲ୍‌ ଧରି କ୍ରିକେଟ୍‌ର ମଜା ନେଇଥିବା ଦେଖିବାକୁ ମିଳିଥିଲା।

ସହରର ପରିବେଶକୁ ଉପଭୋଗ କରୁଛନ୍ତି ଖେଳାଳି

ତେବେ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମ ସହ ଉରୁଗୁଏର ଫୁଟବଲ ଇତିହାସର ମଧ୍ୟ ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି। ୧୯୮୨ରେ ଆୟୋଜିତ ପ୍ରଥମ ନେହରୁ କପ୍‌ ସମୟରେ ଉରୁଗୁଏ ଦଳ ଇଡେନ୍‌ ଗାର୍ଡେନ୍ସରେ ଖେଳିଥିଲା। ସେହି ଟୁର୍ଣ୍ଣାମେଣ୍ଟରେ ଉରୁଗୁଏ ଚାମ୍ପିଅନ୍‌ ହୋଇଥିଲା। ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ପରେ ଉରୁଗୁଏ ପୁଣିଥରେ କୋଲକାତାକୁ ଫେରିଛି। ଏଥର ଅବଶ୍ୟ ଭାରତ ବିପକ୍ଷରେ ଫୁଟବଲ ମ୍ୟାଚ୍‌ ଖେଳିବା ପାଇଁ ଦଳ ଏଠାକୁ ଆସିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button