Accident Auto Driver Critical ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ପରେ ଅଟୋ ଚାଳକ ଗୁରୁତର

ଜଗତସିଂହପୁର: ଜଗତସିଂହପୁର – କଟକ ରାସ୍ତାର ୫୫ ନମ୍ବର ଜାତୀୟ ରାଜପଥର ଚାନ୍ଦଗଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଅଟୋ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯୀଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅଟୋ ଗୋଟିଏ ପାର୍ଶ୍ବରେ ପଡିଥିବା ବେଳେ ଆମ୍ବୁଲାନ୍ସ ଅନ୍ଯ ପାର୍ଶ୍ବକୁ ଓଲଟି ପଡିଛି। ଗତକାଲି ବିଳନ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଅଟୋ ଭିତରେ ଚାପି ହୋଇ ରହି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୌଜନ୍ୟ ସମ୍ବାଦ