ଦେଶ ବିଦେଶ

Astronut: ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ସ୍ପେଶ ଷ୍ଟେସନରୁ ଫେରିବେ ୪ ମହାକାଶଚାରୀ

ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍‌ଏସ୍)ରେ ଜଣେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ନାସାକୁ ଏହାର କ୍ରୁ-୧୧ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଛି। ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି।

ୱାସିଂଟନ: ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍‌ଏସ୍)ରେ ଜଣେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ନାସାକୁ ଏହାର କ୍ରୁ-୧୧ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଛି। ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଆଇଏସ୍‌ଏସ୍‌ର ୨୫ ବର୍ଷ ଇତିହାସରେ ପ୍ରଥମ ଥର ଏପରି ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ କରାଯାଉଛି।

ଏହି ଟିମ୍‌ରେ ନାସାର ମହାକାଶଚାରୀ ଜେନା କାର୍ଡ଼ମାନ୍‌ ଓ ମାଇକ୍‌ ଫିଙ୍କେ ଓ ଜାକ୍ସାର କିମିୟା ୟୁଇ ଓ ରୋସ୍‌କସ୍‌ମସ୍‌ ମହାକାଶଚାରୀ ଓଲେଗ୍‌ ପ୍ଲାଟୋନଭ୍‌ ଅଛନ୍ତି। ମହାକାଶଚାରୀମାନେ ଭାରତୀୟ ସମୟ ଅନୁଯାୟୀ ଗୁରୁବାର ଅପରାହ୍ଣ ୨ଟା ୧୧ ମିନିଟରେ କାଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିବେ। ତେବେ ଗୋପନୀୟତା ବଜାୟ ରଖିବାକୁ ନାସା ଅସୁସ୍ଥ ମହାକାଶଚାରୀଙ୍କ ନାମ ଓ ଅସୁସ୍ଥତା କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ଜାନୁଆରି ୮ ତାରିଖରେ ନାସାକୁ ମିଶନ ଅଧାରୁ ଶେଷ କରିବା ପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ଅସୁସ୍ଥ ମହାକାଶଚାରୀଙ୍କ ଅବସ୍ଥା ଏବେ ସ୍ଥିର ଅଛି।

ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଭାରତୀୟ ସମୟ ଅନୁଯାୟୀ ଗୁରୁବାର ରାତି ୩ଟା ୩୫ ମିନିଟରେ ଆରମ୍ଭ ହୋଇଥିଲା। ସ୍ପେଶ୍‌ ଏଜେନ୍ସିର ବରି‌ଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ଅର୍ବିଟିଂ ଲାବେରଟେରୀର ୨୫ ବର୍ଷର ଇତିହାସରେ ଏହା ପ୍ରଥମ ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ। ଏହି ଘଟଣା ସ୍ପେଶ ମିସନର ଚାଲେଞ୍ଜକୁ ପୁଣି ଥରେ ସାମ୍‌ନାକୁ ଆଣିଛି। ନାସା ପ୍ରଶାସନ ଜେରେଡ ଆଇଜାକ୍‌ମ୍ୟାନ ଗୁରୁବାର ୱାସିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁ ମେମ୍ବରଙ୍କୁ ମେଡିକାଲ ଏମରଜେନ୍ସିରେ ଫେରାଇ ଅଣାଯାଉଥିବା କଥା ଘୋଷଣା କରିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button