ଦେଶ ବିଦେଶ

Tallest Mahakal Idol: ସିଲିଗୁଡ଼ିରେ ନିର୍ମାଣ ହେବ ବିଶ୍ବର ସର୍ବୋଚ୍ଚ ମହାକାଳ ମୂର୍ତ୍ତି, ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ସିଲିଗୁଡ଼ି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଭୁ ଶିବଙ୍କର ମହାକାଳ ଅବତାରର ଏକ ସର୍ବୋଚ୍ଚ ମୂର୍ତ୍ତି ସିଲିଗୁଡ଼ିର ମାଟିଗଡ଼ ମନ୍ଦିର ପରିସରରେ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଏହା ବିଶ୍ବରେ ସବୁଠାରୁ ବଡ଼ ମହାକାଳ ମୂର୍ତ୍ତି ବୋଲି କୁହାଯାଉଛି। ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ନେତାମାନଙ୍କ ଉପସ୍ଥିତିରେ ମମତା ଆଜି ସିଲିଗୁଡ଼ିର ମାଟିଗଡ଼ରେ ପ୍ରଭୁ ଶିବଙ୍କର ମହାକାଳ ଅବତାରର ସର୍ବୋଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ୨୧୬ ଫୁଟ୍‌ ଉଚ୍ଚ ନିର୍ମାଣରେ ପ୍ରଭୁ ଶିବଙ୍କର ୧୦୮ ଫୁଟ୍‌ ଉଚ୍ଚର ଏକ ତମ୍ବା ମୂର୍ତ୍ତି ରହିବ। ଏହି ପରିସରର ନାଁ ରହିବ ‘ମହାକାଳ ମହାତୀର୍ଥ’। ୧୭.୪୧ ଏକର ଅଞ୍ଚଳରେ ଏହି ମନ୍ଦିର ନିର୍ମାଣ ହେବ ଏବଂ ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଜନତାଙ୍କ ପାଇଁ ଏହା ଉତ୍ସର୍ଗୀକୃତ ହେବାପରେ ମହାକାଳ ଟେମ୍ପଲ ଟ୍ରଷ୍ଟ୍‌ ଦ୍ବାରା ଏହା ପରିଚାଳନା କରାଯିବ। ବାନାର୍ଜୀ କହିଛନ୍ତି, ଆମେ ଜମି ହସ୍ତାନ୍ତର କରିବୁ ଏବଂ ଏହି କମ୍ପ୍ଲେକ୍ସ ନିର୍ମାଣ ପାଇଁ ଏକ ଟେଣ୍ଡର ଜାରି କରିବୁ। ବିଶ୍ବରେ ଏହା ପ୍ରଭୁ ଶିବଙ୍କ ପାଇଁ ସମର୍ପିତ ସବୁଠାରୁ ବଡ଼ ମନ୍ଦିର ପରିସର ହେବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button