Breaking News

ଜାନୁଆରୀ ୧୩ରୁ ଖୋଲିବ ରାଜଭବନ ଉଦ୍ୟାନ, ମୋବାଇଲ୍‌ ଆପ୍‌ ପଞ୍ଜିକରଣ ପରେ ମିଳିବ ଏଣ୍ଟ୍ରି

ଭୁବନେଶ୍ୱର ୦୯/୦୧: ରାଜଭବନ ଉଦ୍ୟାନ ଆସନ୍ତା ୧୩ ତାରିଖରୁ ଖୋଲା ରହିବ । ସର୍ବସାଧାରଣ  ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲି ଦେଖିପାରିବେ । କିନ୍ତୁ ଏଥର ନିୟମ ଟିକେ ଅଲଗା ହୋଇଛି । କାରଣ କେବଳ ମୋବାଇଲ୍‌ ଆପ୍‌  ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ  ଅନୁମତି ଦିଆଯିବ । ରାଜଭବନ ଉଦ୍ୟାନ ପରିଦର୍ଶନ  ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।  ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍‌ ଆପ୍‌  ଡାଉନ୍‌ଲୋଡ଼ କରିବାକୁ ପଡ଼ିବ । ଓଡ଼ିଶାର ରାଜଭବନ  ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍‌ କୋଡ଼ ମାଧ୍ୟମରେ ମୋବାଇଲ୍‌ ଆପ୍‌ ମଧ୍ୟ ଡାଉନ୍‌ଲୋଡ  କରାଯାଇପାରିବ ।

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ବୁଲିବାର ସମୟ ଅପରାହ୍ନ ୨ଟା ୩୦ମି ରୁ ୫ଟା ପର୍ଯ୍ୟନ୍ତ ରହିଛି ।  ସେହିପରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ  ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଏ.ଡ଼ି.ସିଚିଫ୍‌ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କତ୍ତୃର୍ପକ୍ଷ ‘ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ ଅନୁରୋଧ  ପତ୍ର’ ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ  ସକାଳ ଘ ୮.୩୦ମି. ରୁ ୧୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ  କରାଯାଇଛି । ଏ ସଂପର୍କରେ ଅଧିକ ବିବରଣୀ  ପାଇଁ ବିଦ୍ୟାଳୟ କତ୍ତୃର୍ପକ୍ଷ ରାଜଭବନ ୱେବ୍‌ସାଇଟ୍‌  ପରିଦର୍ଶନ କରିପାରିବେ । ସ୍କୁଲ ଛାତ୍ରଛାତ୍ରୀମାନେ  ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ  ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ  ଆସିବେ । ଉଦ୍ୟାନ ପରିଦର୍ଶନରେ ଆସିବାକୁ ଥିବା  ପର୍ଯ୍ୟଟକ ପାଇଁ ନ୍ୟୁ ଅଭିଷେକ ହଲ୍‌ ନିକଟସ୍ଥ ୩ ନମ୍ବର  ଗେଟ୍‌ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ  ଗେଟ୍‌ରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

 

 

 

 

 

ସୌଜନ୍ୟ – ପ୍ରମେୟ

Comments are closed.