ଓଡିଶା

Forest Minister’s instructions: ଡିଏଫ୍‌ଓ ସମ୍ମିଳନୀରେ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଜଙ୍ଗଲନିଆଁ ରୋକିବାକୁ ପ୍ରସ୍ତୁତ ରୁହ

ତାଳଚେର ଭଳି ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ସୁଧାରିବା, ବାଲେଶ୍ୱର ଭଳି ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ, ବେଆଇନ ଖନନ, ଜଙ୍ଗଲ ଜମି ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼.....

ଭୁବନେଶ୍ୱର: ତାଳଚେର ଭଳି ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ସୁଧାରିବା, ବାଲେଶ୍ୱର ଭଳି ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ, ବେଆଇନ ଖନନ, ଜଙ୍ଗଲ ଜମି ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ  ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଥିଲେ ଗତ କିଛି ବର୍ଷ ଧରି ରାଜ୍ୟରେ ବଢୁଥିବା ଜଙ୍ଗଲ ନିଆଁ ଚିନ୍ତାଜନକ। ଆଗକୁ ଗ୍ରୀଷ୍ମ ଆସୁଥିବାରୁ ତା ପୂର୍ବରୁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଯେଉଁ ବନଖଣ୍ଡଗୁଡ଼ିକରେ ନିଆଁ ଲାଗିବା ଘଟଣା ଅଧିକ ଦେଖାଯାଉଛି, ସେଠାକାର ବନ ଅଧିକାରୀ ଅଧିକ ସତର୍କ ରୁହନ୍ତୁ। ଏଥିସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକୁ ପୁନର୍ବିନ୍ୟାସ କରିବା ଏବଂ ଓଏଫ୍‌ଏସ୍‌ଡିପି ଭଳି ଯୋଜନା ମାଧ୍ୟମରେ ସ୍ଥାନାନ୍ତରିତ ଗ୍ରାମବାସୀଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବାକୁ ସେ କହିଛନ୍ତି। ହାତୀମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ବିସ୍ତୃତ ସମୀକ୍ଷା କରିବା ସହ ବିଦ୍ୟୁତ୍ ବିଭାଗ ସହ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଡିଏଫ୍ଓମାନେ ହାତୀଙ୍କ ଗତିବିଧି ଓ ଫିଲ୍ଡ ସ୍କ୍ୱାଡ୍‌ମାନଙ୍କ କାର୍ଯ୍ୟଶୈଳୀ ଉପରେ ସିଧାସଳଖ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button