ED, Anil Ambani: ଅନିଲ ଅମ୍ବାନୀଙ୍କ ୧୮୦୦ କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ର ୧୮୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ଗ୍ରୁପ୍‌ର ୧୨,୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। କମ୍ପାନି ବିରୋଧରେ ଇଡି ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି। ଏଥର କମ୍ପାନିର ୧୪୮ କୋଟି ଟଙ୍କାର ବ୍ୟାଙ୍କ ଜମା, ଅଂଶଧନକାରୀମାନଙ୍କ ନିବେଶ ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି।

ରିଲାଏନ୍ସ ହୋମ୍‌ ଫାଇନାନ୍ସ ଲିମିଟେଡ୍‌, ରିଲାଏନ୍ସ କମର୍ସିଆଲ୍‌ ଫାଇନାନ୍ସ ଲିମିଟେଡ୍‌, ୟେସ୍‌ ବ୍ୟାଙ୍କ ଋଣ ଠକେଇ ଓ ରିଲାଏନ୍ସ କମ୍ୟୁନିକେସନ ଲିମିଟେଡ୍‌ ଠକେଇ ମାମଲାରେ ଏହି ସମ୍ପତ୍ତିଗୁଡ଼ିକୁ ଜବତ କରାଯାଇଛି। କମ୍ପାନିର ବରିଷ୍ଠ ଅଧିକାରୀ ଅଙ୍ଗରାଇ ସେତୁରମଣଙ୍କ ନାମରେ ଥିବା ଏକ ଘର ଓ ବରିଷ୍ଠ କର୍ମଚାରୀ ପୁନିତ ଗର୍ଗଙ୍କ ନାମରେ ଥିବା ମ୍ୟୁଚୁଆଲ ଫଣ୍ଡ୍‌ ଓ ସେୟାର ମଧ୍ୟ ଜବତ କରାଯାଇଛି।

ସୌଜନ୍ୟ ସମ୍ବାଦ