ମହାନଗର

ବିତିଗଲାଣି ୯ ଦିନ, ପୁଅ ନପାଇ ବ୍ୟାକୁଳ ହେଉଛି ମନ: ନାବିକକୁ ଖୋଜିବାକୁ ଯିବେ ମା’

ବିତିଗଲାଣି ୯ ଦିନ । ମନ ଖାଲି ବ୍ୟାକୁଳ । ପୁଅର ଖବର ଶୁଣିବାକୁ ଛଟପଟ ହେଉଛି ମମତା । ଫାଟିଯାଉଛି କଲିଜା । ଆଉ କାନ୍ଦି କାନ୍ଦି କହୁଛି ଯଦି ନପାରୁଛ ମୋତେ ଛାଡ । ମୁଁ ଯିବି ଖୋଜିଆଣିବି ମୋ ପୁଅକୁ । ସାତ ଦରିଆ ତେର ନଇ ପାର୍ ହୋଇ ତାକୁ ଧରି ଆଣିବି । ପାତାଳରେ ଥିଲେ ବି ନେଇ ଆସିବି ମୋ ପାଖକୁ ।

ଭୁବନେଶ୍ୱର ୧୩/୦୨: ବିତିଗଲାଣି ୯ ଦିନ । ମନ ଖାଲି ବ୍ୟାକୁଳ । ପୁଅର ଖବର ଶୁଣିବାକୁ ଛଟପଟ ହେଉଛି ମମତା । ଫାଟିଯାଉଛି କଲିଜା । ଆଉ କାନ୍ଦି କାନ୍ଦି କହୁଛି ଯଦି ନପାରୁଛ ମୋତେ ଛାଡ । ମୁଁ ଯିବି ଖୋଜିଆଣିବି ମୋ ପୁଅକୁ । ସାତ ଦରିଆ ତେର ନଇ ପାର୍ ହୋଇ ତାକୁ ଧରି ଆଣିବି । ପାତାଳରେ ଥିଲେ ବି ନେଇ ଆସିବି ମୋ ପାଖକୁ । ଏମିତି ବୁକୁଫଟା ଚିତ୍କାର କରିଛି ଜଣେ ମାଆ ।

ଏଥର ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ଯିବେ ମା’ ଓ ମାମୁ। ଏଥିପାଇଁ ସିଙ୍ଗାପୁର ଗସ୍ତ କରିବେ ସାର୍ଥକଙ୍କ ମାଆ ରଶ୍ମିତା ଓ ମାମୁ। ସାର୍ଥକ ନେଇଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ । ଏହାପରେ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିବେ।ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ଜାହାଜ କମ୍ପାନୀ।

ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ। ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ସପ୍ତାହେରୁ ଅଧିକ ଦିନ ବିତିଗଲାଣି।

ସୂଚନା ଥାଉକି, ଅଧା ସମୁଦ୍ରରୁ ନିଖୋଜ ହୋଇଗଲେ ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର । ଦୀର୍ଘ ୯ ଦିନ ହୋଇଗଲାଣି ନାହିଁ ଖୋଜ ଖବର । ସଠିକ ଢଙ୍ଗରେ ହୋଇପାରୁନି ତଦନ୍ତ । ନିଖୋଜର କାରଣ ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନଥିବା ବେଳେ ଘର ଲୋକ ଚିନ୍ତାରେ । ଆଉ ଏବେ ପରିବାର ଲୋକେ ନିଜେ ବାହାରିଛନ୍ତି ପୁଅ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ।

କାହିଁକି ସମସ୍ତ ଘଟଣାକୁ ଲୁଚାଉଛନ୍ତି କାର୍ଯ୍ୟରତ କମ୍ପାନୀ କର୍ତ୍ତୃପକ୍ଷ ତାକୁ ନେଇ ଏବେ ପରିବାର ଲୋକଙ୍କ ମନରେ ନାହିଁ ନଥିବା ସନ୍ଦେହ । ସେପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ସହଯୋଗ କରୁଛନ୍ତି ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ବୋଲି କହିଛନ୍ତି ପରିବାର ଲୋକେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button