Breaking
Howrah – Titlagarh Ispat Express ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାରିତ, ୨୧ ଫେବ୍ରୁଆରିରୁ ମିଳିବ ନୂତନ ସୁବିଧା
ପୂର୍ବରୁ ହାୱଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଚାଲୁଥିବା ହାୱଡ଼ା–ଟିଟିଲାଗଡ଼ Ispat Expressକୁ ଏବେ ଆଗକୁ ବଢ଼ାଇ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ବିସ୍ତାର ହେବାରୁ ଏହି ଟ୍ରେନ୍ ପ୍ରାୟ ୧୦୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବ।

ସୁନ୍ଦରଗଡ଼/ ବନ୍ଧମୁଣ୍ଡା(ଦେବ କୁମାର ଦେ): ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସିର ଖବର ସାମ୍ନାକୁ ଆସିଛି। ପୂର୍ବରୁ ହାୱଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଚାଲୁଥିବା ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍କୁ ଏବେ ଆଗକୁ ବଢ଼ାଇ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର ହେବାରୁ ଏହି ଟ୍ରେନ୍ ପ୍ରାୟ ୧୦୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବ। ଏହି ନୂତନ ବ୍ୟବସ୍ଥା ୨୧ ଫେବ୍ରୁଆରିରୁ କାର୍ଯ୍ୟକାରୀ ହେବ।




