ଓଡିଶା

Matric Exam: ମାଟ୍ରିକ୍ ପରୀକ୍ଷା ଦେଲେ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ Exam (ମାଟ୍ରିକ) ଆଜି ଠାରୁ ଆରମ୍ଭ ହୋଇଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା (ମାଟ୍ରିକ) ଆଜି ଠାରୁ ଆରମ୍ଭ ହୋଇଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା

ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ହେଉଛି। ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ। ​ସମସ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ ଟି ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି।

ପରୀକ୍ଷା ଦିନ ସକାଳୁ ସ୍ବତନ୍ତ୍ର ଟିମ୍ ଦ୍ବାରା ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ), ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୁପରିଚାଳନାକୁ ନେଇ ଗଲା ୭ତାରିଖ ଦିନ ମୁଖ୍ୟ ଶାସନସଚିବଙ୍କ ନେତୃତ୍ବରେ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ବୋର୍ଡ କର୍ତ୍ତୃପକ୍ଷଙ୍କୁ ନେଇ ଉଚ୍ଚସ୍ତରୀୟ ‌ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୬୧ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ପରୀକ୍ଷା ପାଇଁ ୩୦୮୨ଟି ପରୀକ୍ଷାକେନ୍ଦ୍ର ଓ ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୩୨୨ଟି ନୋଡାଲ୍‌ ‌ସେଣ୍ଟର କରାଯାଇଛି। ବୋର୍ଡ ଷ୍ଟ୍ରଙ୍ଗରୁମ୍‌ରୁ ପରୀକ୍ଷା ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରକୁ ପଠାଯିବ। ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button