ଦେଶ ବିଦେଶରାଜନୀତି

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ, ରାଜସ୍ଥାନରୁ ଧରା ପଡିଲା ଅଭିଯୁକ୍ତ

ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କରଣୀ ସେନାର ଜଣେ କାର୍ଯ୍ୟକର୍ତ୍ତା ହତ୍ୟା ଧମକ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା ଗୁରୁବାର ଏହି ଦାବି କରିଛନ୍ତି । ସେ ଧମକପୂର୍ଣ୍ଣ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

ନୂଆଦିଲ୍ଲୀ, ୨୦/୦୨ : ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କରଣୀ ସେନାର ଜଣେ କାର୍ଯ୍ୟକର୍ତ୍ତା ହତ୍ୟା ଧମକ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା ଗୁରୁବାର ଏହି ଦାବି କରିଛନ୍ତି । ସେ ଧମକପୂର୍ଣ୍ଣ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

ସେଥିରେ ଅଭିଯୁକ୍ତ ରାଜ ସିଂହ କହିଛନ୍ତି ଯେ, ନିକଟରେ ବଜେଟ୍ ଅଧିବେଶନ ସମୟରେ ୨୫ ବିରୋଧୀ ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାକୁ ବରଦାସ୍ତ କରାଯିବ ନାହିଁ । ଏସବୁ ଲାଗି ରାହୁଲ ଗାନ୍ଧୀ ଦାୟୀ । ୨୪ ଘଣ୍ଟା ମଧ୍ୟରେ ଏହି ସାଂସଦଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ସେ ଆହୁରି କହିଛନ୍ତି ଯେ, ଯଦି ପୁଣି ଏଭଳି ଘଟଣା ଘଟେ ତେବେ ରାହୁଲଙ୍କ ଘରେ ପଶି ଗୁଳି କରିବୁ । ସେହି ୨୫ ସାଂସଦଙ୍କ ଘରେ ଭଙ୍ଗାରୁଜା କରାଯିବ । ଏଥିଲାଗି ପ୍ରଶାସନ ଦାୟୀ ରହିବ । ଭିଡିଓ ଭାଇରାଲ୍ ହେବାପରେ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ଧରାଯାଇଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button