Breaking News

ଗୁଣିଗାରେଡ଼ି ସନ୍ଦେହରେ ପିଟାପିଟି: ଜଣେ ମୃତ, ୪ ଗୁରୁତର

ଆଠଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଶ୍ୟାମ ବାଗ। ଏଥି‌ରେ ଉଭୟ ପକ୍ଷର ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଟଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କର ହତ୍ୟା ହୋଇଛି।  ଆଠଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଶ୍ୟାମ ବାଗ। ଏଥି‌ରେ ଉଭୟ ପକ୍ଷର ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଆଠଗାଁର ବାଲଗୋପାଳ ରଣ ସୋମବାର ବିଳମ୍ବିତ ରାତିରେ ଗୁଣି ଗାରେଡ଼ି ସନ୍ଦେହ କରି ଶ୍ୟାମ ବାଗ ଓ ତାଙ୍କ ପରିବାରର ୨ ଜଣଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ଶ୍ୟାମଙ୍କ ମୃତ୍ୟୁ ହୋଇଥିଲା ଓ ୪ ଗୁରୁତର ହୋଇଥିଲେ। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପୁଲିସ ଭୀମ ଭୋଇ ମେଡିକାଲ୍ କଲେଜ ସହ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏଥେ ତୁଷୁରା ଥାନା ପୁଲିସଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଆଠଗାଁର ବାଲଗୋପାଳ ରଣା ସୋମବାର ବିଳମ୍ବିତ ରାତିରେ ଗୁଣି ଗାରେଡ଼ି ସନ୍ଦେହ କରି ଶ୍ୟାମ ବାଗ ଓ ତାଙ୍କ ପରିବାରର ୨ ଜଣଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ଶ୍ୟାମଙ୍କ ମୃତ୍ୟୁ ହୋଇଥିଲା ଓ ୪ ଗୁରୁତର ହୋଇଥିଲେ। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପୁଲିସ ଭୀମ ଭୋଇ ମେଡିକାଲ୍ କଲେଜ ସହ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏଥେ ତୁଷୁରା ଥାନା ପୁଲିସଘଟଣାର ତଦନ୍ତ ଜାରି ରଖିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.