ଅପରାଧଓଡିଶା

Student Allegedly Sexually Assaulted: ପୁଣି ଲଜ୍ଜ୍ୟା; ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ ଶିକ୍ଷକ ଅଟକ

ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସହାୟିକାଙ୍କ ସହ ୩ ଶିକ୍ଷକ ଅଟକ। କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ CWC ନିକଟରେ ଅଭିଯୋଗ।

ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଥିବା ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ଏନେଇ ପୀଡ଼ିତାଙ୍କ ମାଆ କେନ୍ଦ୍ରାପଡ଼ା ଜିଲା CWCଙ୍କ ନିକଟରେ ଲିଖିତ ଭାବେ ଅବଗତ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ସମ୍ପୃକ୍ତ ସ୍କୁଲ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଛି CWC । ଏପଟେ ରାଜକନିକା ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ।

ସ୍କୁଲର ଜଣେ ମହିଳା ସହାୟିକାଙ୍କ ସହ ୩ଜଣ ଶିକ୍ଷକଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖି ପଚରା ଉଚରା କରୁଛି ପୋଲିସ। ଅନ୍ୟପଟେ ପୀଡ଼ିତାଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏନେଇ ସ୍କୁଲ ଅଧ୍ୟକ୍ଷଙ୍କ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସୌଜନ୍ୟ OTV

Show More

Leave a Reply

Your email address will not be published. Required fields are marked *

Back to top button