ଅପରାଧରାଜ୍ୟ

Chandrika Death Case : ସୁଇସାଇଡ୍ ପୂର୍ବରୁ ବୟଫ୍ରେଣ୍ଡ ସହ କଥା ହୋଇଥିଲେ ଚନ୍ଦ୍ରିକା, ପୋଲିସ ରାଡାରରେ OAS ପ୍ରେମିକଙ୍କ ନୂଆ ପ୍ରେମିକା !

ଭୁବନେଶ୍ୱର ୦୮।୦୬ : ମେଡିକାଲ୍ କଲେଜର ଛାତ୍ରୀ ଚନ୍ଦ୍ରିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ତନାଘନା ଜାରି ରଖିଛି। ଫେରାର୍ ଥିବା ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକକୁ ଖୋଜିବା ପାଇଁ ପୋଲିସ ଉଦ୍ୟମ କରୁଛି। ତେବେ ଏହା ମଧ୍ୟରେ ତଦନ୍ତକାରୀ ଟିମ୍ କୁ ଏକ ଗୁରୁତ୍ବପୂର୍ଣ ତଥ୍ୟ ମିଳିଛି।

ମୃତଦେହ ମିଳିବାର ପୂର୍ବ ରାତିରେ ଚନ୍ଦ୍ରିକା ତାଙ୍କ ଓଏଏସ୍ ପ୍ରେମିକଙ୍କ ସହିତ ଦୀର୍ଘ ୧୦ ମିନିଟ୍ ପର୍ଯ୍ୟନ୍ତ ଫୋନରେ କଥା ହୋଇଥିଲେ। ତ୍ରିଶୂଳିଆ ଅଞ୍ଚଳରେ ଥିବା ବେଳେ ସେ ଏହି କଲ୍ କରିଥିଲେ । ଏହା ଥିଲା ତାଙ୍କର ଶେଷ କଲ୍ । କଲ୍ କଟିବା ପରେ ଫୋନ୍ କଟି ଯାଇଥିଲା । ସମ୍ଭବତଃ ଏହି କଲ୍ ଶେଷ ପରେ ଚନ୍ଦ୍ରିକାଙ୍କ ଚନ୍ଦ୍ରିକାଙ୍କ ସହିତ କିଛି ଗୋଟେ ଅଘଟଣ ଘଟିଥିଲା। ପରଦିନ କାଠଯୋଡ଼ିରୁ ଚନ୍ଦ୍ରିକାଙ୍କର ମୃତଦେହକୁ ବାରଙ୍ଗ ପୁଲିସ ଠାବ କରିଥିଲା।

ତେବେ ଏହି କଲ୍ ରାତି ୯ଟାରୁ ୧୦ ମଧ୍ୟରେ କରାଯାଇଥିଲା। ଗୁରୁତ୍ବପୂର୍ଣ ହେଉଛି ଚନ୍ଦ୍ରିକାଙ୍କ କଲ୍ ଶେଷ ପରେ ତାଙ୍କ ଓଏଏସ୍ ପ୍ରେମିକ ଅନ୍ୟ ଏକ କଲ୍ କରିଥିଲେ। ଏହି କଲ୍ ଟି ଥିଲା ଭୁବନେଶ୍ବରରେ ରହୁଥିବା ତାଙ୍କର ନୂଆ ପ୍ରେମିକାଙ୍କ ପାଖକୁ। ଦୁହେଁ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ କଥା ହୋଇଥିବା ଜଣାପଡ଼ିଛି। ବାରଙ୍ଗ ଥାନା ପୋଲିସ ଚନ୍ଦ୍ରିକାଙ୍କ OAS ପ୍ରେମିକଙ୍କର ନୂଆ ପ୍ରେମିକାଙ୍କୁ ପଚରାଉଚୁରା କରିଛି। ଆମେ ଦୁହେଁ କେବଳ ସାଙ୍ଗ ବୋଲି ସେହି ଝିଅଟି ପୋଲିସକୁ କହିଛି। ମାତ୍ର ଫୋନ୍ କଲ୍ ରେକର୍ଡ କିଛି ଭିନ୍ନ କହୁଥିବା ପୁଲିସ ଜାଣିବାକୁ ପାଇଛି। ଅନ୍ୟପଟେ ଚନ୍ଦ୍ରିକାଙ୍କ ଓ ଏଏସ୍ ପ୍ରେମିକ ଫେରାର୍ ଥିବାରୁ ତାଙ୍କ ବାପାଙ୍କୁ ପୋଲିସ ପଚରାଉଚରା କରିଛି । ପ୍ରେମିକଙ୍କ ବାପା ଜଣେ ପୁଲିସ କନଷ୍ଟେବଲ୍ । ସେ ମୟୂରଭଞ୍ଜର ଏକ ଥାନାରେ ଚାକିରି କରିଛନ୍ତି।

 

 

 

ସୌଜନ୍ୟ Prameya News7

Show More
Back to top button