ଓଡିଶା
Matric Exam: ମାଟ୍ରିକ୍ ପରୀକ୍ଷାର ଦ୍ବିତୀୟ ଦିନ, ଆଜି ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଆଜି ମାଟ୍ରିକ୍ ପରୀକ୍ଷାର ଦ୍ବିତୀୟ ଦିନ। ଆଜି ଇଂରାଜୀ ଏଗଜାମ୍ ଦେବେ ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ। ରାଜ୍ୟର ୩ ହଜାର ୮୨ କେନ୍ଦ୍ରରେ ପରୀକ୍ଷା ସେଣ୍ଟର ରହିଛି।

ଆଜି ମାଟ୍ରିକ୍ ପରୀକ୍ଷାର ଦ୍ବିତୀୟ ଦିନ। ଆଜି ଇଂରାଜୀ ଏଗଜାମ୍ ଦେବେ ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ। ରାଜ୍ୟର ୩ ହଜାର ୮୨ କେନ୍ଦ୍ରରେ ପରୀକ୍ଷା ସେଣ୍ଟର ରହିଛି। ଗତ ୧୯ ତାରିଖରେ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଶେଷ ହୋଇଛି। ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ବୋର୍ଡ ଓ ଗଣଶିକ୍ଷା ବିଭାଗ।
ନିର୍ଦ୍ଧାରିତ ସମୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ସେଣ୍ଟର ସୁପରିନଟେଣ୍ଡଟ ଓ ପିଲାଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ। ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହେବାକୁ ଥିବାବେଳେ ୮ଟା ୧୫ ମିନିଟରେ ଗେଟ୍ ଖୋଲାଯିବ।
ପରୀକ୍ଷା ପରିଚାଳନାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା।




