
ଭୁବନେଶ୍ୱର ୦୬/୦୩: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି । ଅମିତ ଶାହଙ୍କ ସ୍ଵାଗତ ସହ ଉଦ୍ଘାଟିତ ଓ ଶିଳାନ୍ୟାସ ସମ୍ପର୍କିତ ବଡ଼ ବଡ଼ ହୋର୍ଡିଂ । ଗୃହମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କଟକ, ଭୁବନେଶ୍ଵର ଓ ଅନ୍ୟ ସ୍ଥାନରେ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ସାଢ଼େ ୧୦ଟାରେ ପହଞ୍ଚିବେ। ସେଠାରୁ କଟକ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ ୟୁନିଟ କାର୍ଯ୍ୟକ୍ରମରେ ପରେ ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶାହଙ୍କ କରକମଳରେ ନୂତନ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦ୍ଘାଟନ କରିବେ । ୩,୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯିବା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମବାୟ ନୀତି-୨୦୨୬ କାର୍ଯ୍ୟକାରୀପ୍ରକଳ୍ପ ଲୋକାର୍ପଣ କରାଯିବା ।
୧,୫୬୭ ଟି PACS ପରିଚାଳିତ ଜନ ସେବା କେନ୍ଦ୍ର (CSC)ର ଲୋକାର୍ପଣ ସମବାୟ ନିବନ୍ଧକ (RCS) କାର୍ଯ୍ୟାଳୟ କମ୍ପ୍ୟୁଟରୀକରଣ ପୋର୍ଟାଲ୍ର ଶୁଭାରମ୍ଭ ୧୪୧ PACS ପରିଚାଳିତ ଧାନମଣ୍ତର ଭିତ୍ତିଭୂମି ବିକାଶ।ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଓମ୍ଫେଡ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍, ୨୦ଟି ସାଇବର ଥାନା (CC & EO) ଏବଂ ୨୪ଟି ପୁଲିସ ଷ୍ଟେସନ ୧୯ଟି ଅଟଳ ବସଷ୍ଟାଣ୍ଡ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବିବିଧ ପ୍ରକଳ୍ପ NFSU ଟ୍ରାଞ୍ଜିଟ୍ କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛ ।
ରାଜ୍ୟର ପ୍ରଥମ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର (CFSL) ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ଚାଷୀମାନଙ୍କୁ ଗୋ-ସମ୍ପଦ ସବସିଡି ପ୍ରଦାନବଡ଼ମ୍ବା ସମବାୟ ଚିନି କଳର ପୁନରୁଦ୍ଧାର ଶୁଭାରମ୍ଭ ନ୍ୟାସନାଲ କୋଅପରେଟିଭ୍ ଅର୍ଗାନିକ୍ସ ଲିମିଟେଡ୍(NCOL)ର ନୂତନ ୱେବସାଇଟ୍ ନ୍ୟାସନାଲ କୋଅପରେଟିଭ୍ ଏକ୍ସପୋର୍ଟ ଲିମିଟେଡ(NCEL)ର “COOP MARQUE” ବ୍ରାଣ୍ଡ ଏବଂ ଡିଜିଟାଲ୍ ଲଣ୍ଡିଂ ପ୍ଲାଟଫର୍ମ ବୁଝାମଣାପତ୍ର ସ୍ବାକ୍ଷର ।
OUAT କ୍ୟାମ୍ପସରେ ତ୍ରିଭୁବନ ସହକାରୀ ବିଶ୍ବବିଦ୍ୟାଳୟ (TSU)ର ସ୍କୁଲ୍ ପ୍ରତିଷ୍ଠା , ରାଷ୍ଟ୍ରୀୟ ରକ୍ଷା ବିଶ୍ବବିଦ୍ୟାଳୟ ସ୍ଥାପନ । କଟକର କେନ୍ଦୁପାଟଣାଠାରେ ଆଇସ୍କ୍ରିମ ପ୍ଲାଣ୍ଟ । ଗୃହ ବିଭାଗରେ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ ପାଇଁ IIT ଭୁବନେଶ୍ବର ସହ MoU । ପ୍ରଶିକ୍ଷଣ ଓ ପ୍ରଦର୍ଶନ କେନ୍ଦ୍ରର ଉନ୍ନତିକରଣ ପାଇଁ OMFED ଓ NDDB ମଧ୍ୟରେ MoU ଭ୍ଲି ବିହୀନ କାର୍ଯ୍ୟକ୍ରମ ରହିଛି ।
ସୌଜନ୍ୟ Prameya News7




