ବିଶେଷ

Aadhaar PVC: ଆଧାର ପିଭିସି କ’ଣ ଓ କେମିତି ପାଇବେ?

ଆଧାର କାର୍ଡ ଆମ ସମସ୍ତଙ୍କ ପାଇଁ ଅତି ଜରୁରି। ଏହା ନହେଲେ ନଚଳେ। ୟୁଆଇଡିଏଆଇଙ୍କ ଦ୍ବାରା ପ୍ରସ୍ତୁତ ଏହି କାର୍ଡ ସହ ଆପଣ ନିଶ୍ଚୟ ପରିଚିତ। ଆଗରୁ ଆଧାର କାର୍ଡ କାଗଜରେ ପ୍ରସ୍ତୁତ ହେଉଥିବା ବେଳେ ଏବେ ପିଭିସି କାର୍ଡ ଆସିଛି।

ଆଧାର କାର୍ଡ ଆମ ସମସ୍ତଙ୍କ ପାଇଁ ଅତି ଜରୁରି। ଏହା ନହେଲେ ନଚଳେ। ୟୁଆଇଡିଏଆଇଙ୍କ ଦ୍ବାରା ପ୍ରସ୍ତୁତ ଏହି କାର୍ଡ ସହ ଆପଣ ନିଶ୍ଚୟ ପରିଚିତ। ଆଗରୁ ଆଧାର କାର୍ଡ କାଗଜରେ ପ୍ରସ୍ତୁତ ହେଉଥିବା ବେଳେ ଏବେ ପିଭିସି କାର୍ଡ ଆସିଛି। ଏହା ମଜଭୁତ ଓ ଦୀର୍ଘସ୍ଥାୟୀ। ବ୍ୟାଙ୍କର ଡେବିଟ୍‌/କ୍ରେଡିଟ୍‌ କାର୍ଡ ଆକାରର ପିଭିସି ଆଧାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ। ୟୁଆଇଡିଏଆଇ ୱେବ୍‌ସାଇଟ୍‌ ବା ଏମ୍‌-ଆଧାର ଆପ୍‌କୁ ଯାଇ ଆପଣ ଏହାର ଅର୍ଡର୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ୫୦ରୁ ୭୫ ଟଙ୍କା ପୈଠ କରିବାକୁ ପଡ଼ିବ। ଏଥିରେ ହଲୋଗ୍ରାମ ଓ ମାଇକ୍ରୋ ଟେକ୍ସଟ୍ ଭଳି ବ୍ୟବସ୍ଥା ରହିଛି।

ମୂଳ ଆଧାରଠାରୁ ଆଧାର ପିଭିସି ଭିନ୍ନ କି?
ଆପଣ ବ୍ୟବହାର କରୁଥିବା ଆଧାର କାର୍ଡର ଏହା ଅନ୍ୟ ଏକ ରୂପ ମାତ୍ର, ଏଥିରେ କୌଣସି ଭିନ୍ନତା ନାହିଁ, ବରଂ ଅଧିକ ମଜଭୁତ। ଆଧାର ଲେଟର୍‌ଠାରୁ ଏହା କେତେ ଅଲଗା?
ପୂର୍ବ ଆଧାର କାର୍ଡଟି ଲାମିନେଟ୍‌ ହୋଇଥିବା କାଗଜ ଡକ୍ୟୁମେଣ୍ଟ। ମାତ୍ର ନୂଆ ପଲିଭିନିକ୍‌ କ୍ଲୋରାଇଡ୍‌ (ପିଭିସି) ଆଧାର କାର୍ଡ ରଖିବାକୁ ସୁବିଧାଜନକ ଓ ୱାଟରପ୍ରୁଫ୍‌ ମଧ୍ୟ। ଏହା ପିଭିସିରେ ତିଆରି ହୋଇଥିବାରୁ ଅଧିକ ଶକ୍ତ।

ଆଧାର ପିଭିସି କାର୍ଡ କେମିତି ପାଇବେ?

 ଏହା ଅର୍ଡର୍‌ କରିବା ଖୁବ୍‌ ସହଜ। ୟୁଆଇଡିଏଆଇ ୱେବସାଇଟ୍‌ ବା ଏମ୍-ଆଧାର ମୋବାଇଲ୍‌ ଆପ୍‌କୁ ଯାଇ ଆପଣ ଅର୍ଡର କରିପାରିବେ।
 ପ୍ରଥମେ ୟୁଆଇଡିଏଆଇ ପୋର୍ଟାଲ୍‌ ଖୋଲି uidai.gov.inକୁ ଯାଆନ୍ତୁ। ସେଠାରେ ଆଧାର ପିଭିସି କାର୍ଡ ଅର୍ଡର କରନ୍ତୁ।
 ଆଧାର ଡିଟେଲ୍‌ସକୁ ଯାଇ ଆପଣଙ୍କ ଆଧାର ନମ୍ବର୍‌, ଭର୍ଚୁଆଲ୍‌ ଆଇଡି (ଭିଆଇଡି) ବା ଏନ୍‌ରୋଲ୍‌ମେଣ୍ଟ ଆଇଡି ଦିଅନ୍ତୁ।
 ଆପଣଙ୍କ ବୈଧ ମୋବାଇଲ୍‌ ନମ୍ବର୍‌ରେ ଓଟିପି ଭେରିଫିକେସନ୍‌ କରନ୍ତୁ।
 ଫି’ ପୈଠ କରନ୍ତୁ। ଏଥିପାଇଁ ଅନ୍‌ଲାଇନ୍‌ରେ ୫୦ରୁ ୭୫ ଟଙ୍କା (ଜିଏସ୍‌ଟି ଓ ସ୍ପିଡ୍‌ ପୋଷ୍ଟ ଚାର୍ଜ ସହ) ଦେବାକୁ ହେବ।
 ୧୦ରୁ ୧୫ ଦିନ ମଧ୍ୟରେ ପିଭିସି ଆଧାର କାର୍ଡ ଡାକଯୋଗେ ଆପଣଙ୍କ ଠିକଣାରେ ପହଞ୍ଚିଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button