Nothing Phone Lunch: ବଜାରରେ ନଥିଙ୍ଗ ଫୋନ୍ ୪ଏ ଓ ୪ଏ ପ୍ରୋ ସ୍ମାର୍ଟଫୋନ୍…
ନିକଟରେ ନଥିଙ୍ଗ ଫୋନ୍ ମିଡ୍-ରେଞ୍ଜ ଲାଇନ୍ଅପ୍ର ୪ଏ ଓ ୪ଏ ପ୍ରୋ ସ୍ମାର୍ଟଫୋନ୍ ଭାରତ ବଜାରକୁ ଆସିିଛି। ଫୋନ୍ ୩ଏ ସିରିଜ୍ ତୁଳନାରେ ଏହାର ନୂଆ ମଡେଲ୍ ଡିସ୍ପ୍ଲେ, କ୍ୟାମେରା ଓ ବ୍ୟାଟେରି ପରି ଫିଚର୍ରେ ଅପ୍ଗ୍ରେଡ୍ ହୋଇଛି।

ନଥିଙ୍ଗର ନୂଆ ଭାରିଆଣ୍ଟ ଲଞ୍ଚ
ବଜାରରେ ନଥିଙ୍ଗ ଫୋନ୍ ୪ଏ ଓ ୪ଏ ପ୍ରୋ ସ୍ମାର୍ଟଫୋନ୍
ନିକଟରେ ନଥିଙ୍ଗ ଫୋନ୍ ୪ଏ ଓ ୪ଏ ପ୍ରୋ ସ୍ମାର୍ଟଫୋନ୍ ଭାରତ ବଜାରକୁ ଆସିିଛି। ଏହି ଦୁଇଟି ଫୋନ୍ କମ୍ପାନିର ମିଡ୍-ରେଞ୍ଜ ଲାଇନ୍ଅପ୍ରେ ଆସିଥାଏ। ଫୋନ୍ ୩ଏ ସିରିଜ୍ ତୁଳନାରେ ଏହାର ନୂଆ ମଡେଲ୍ ଡିସ୍ପ୍ଲେ, କ୍ୟାମେରା ଓ ବ୍ୟାଟେରି ପରି ଫିଚର୍ରେ ଅପ୍ଗ୍ରେଡ୍ ହୋଇଛି। ଏହାସହିତ ନଥିଙ୍ଗର ସିଗ୍ନେଚର୍ ଟ୍ରାନ୍ସପରେଣ୍ଟ ଡିଜାଇନ୍ ଓ ଗ୍ଲିଫ୍ ଲାଇଟିଂ ସିଷ୍ଟମକୁ କମ୍ପାନି ବଜାୟ ରଖିଛି।
ନଥିଙ୍ଗ ଫୋନ୍ ଦାମ୍:
ଭାରତରେ ନଥିଙ୍ଗ ଫୋନ୍ ୪ଏ ର ୮ଜିବି ରାମ୍ + ୧୨୮ଜିବି ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ପ୍ରାରମ୍ଭିକ ମୂଲ୍ୟ ୩୧,୯୯୯ଟଙ୍କାରୁ ଆରମ୍ଭ ହେଉଛି। ୮ଜିବି+ ୨୫୬ଜିବି ମଡେଲ୍ର ମୂଲ୍ୟ ୩୪,୯୯୯ଟଙ୍କା ଏବଂ ୧୨ଜିବି + ୨୫୬ଜିବିି ସଂସ୍କରଣର ମୂଲ୍ୟ ୩୭,୯୯୯ଟଙ୍କା ରହିଛି। ସେହିପରି ଫୋନ୍ ୪ଏ ପ୍ରୋର ୮ଜିବି + ୧୨୮ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୩୯,୯୯୯ଟଙ୍କା ରହିଥିବା ବେଳେ ୮ଜିବି + ୨୫୬ଜିବି ମଡେଲ୍ର ମୂଲ୍ୟ ୪୨,୯୯୯ଟଙ୍କା ଏବଂ ଟପ୍-ଏଣ୍ଡ ୧୨ଜିବି + ୨୫୬ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୪୫,୯୯୯ଟଙ୍କା ରହିଛି।
କ’ଣ ରହିଛି ଅଫର୍:
ଲଞ୍ଚ ଅଫର ସହିତ, ଗ୍ରାହକମାନେ ଫୋନ୍ ୪ଏ ଉପରେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଫୋନ୍ ୪ଏ ପ୍ରୋ ଉପରେ ୪ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରିହାତି ପାଇପାରିବେ। ଏଥିରେ ୪ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ ରହିଛି। ଏହି ଅଫର୍ଗୁଡ଼ିକ ସହ ଫୋନ୍ ୪ଏର ପ୍ରାରମ୍ଭିକ ମୂଲ୍ୟ ୨୪,୯୯୯ ଟଙ୍କା ଏବଂ ଫୋନ୍ ୪ଏ ପ୍ରୋର ମୂଲ୍ୟ ୩୪,୯୯୯ ଟଙ୍କାକୁ କମିଯିବ। ଫୋନ୍ ୪ଏ ବ୍ଲାକ୍, ହ୍ବାଇଟ୍, ବ୍ଲୁ ଓ ପିଙ୍କ ରଙ୍ଗରେ ଉପଲବ୍ଧ ହେବ। ସେହିପରି ଫୋନ୍ ୪ଏ ପ୍ରୋ ବ୍ଲାକ୍, ସିଲ୍ଭର୍ ଓ ପିଙ୍କ କଲର୍ରେ ଉପଲବ୍ଧ ହେବ।
ଭାରିଆଣ୍ଟ ନୂଆ, ହେଲେ ସିଗ୍ନେଚର୍ ଡିଜାଇନ୍ ଅପରିବର୍ତ୍ତିତ:
ଫୋନ୍ ୪ଏରେ ୬୩ଟି ମିନି-ଏଲ୍ଇଡି ଲାଇଟ୍ ସହ ଏକ ଗ୍ଲିଫ୍ ବାର୍ ରହିଛି। ଫୋନ୍ ୪ଏ ପ୍ରୋରେ ନୋଟିଫିକେସନ୍ ଓ ଭିଜୁଆଲ୍ ଆଲର୍ଟ ପାଇଁ ଫୋନ୍ ୩ଏ ଭଳି ୧୩୭ ଏଲ୍ଇଡି ସହ ଏକ ବଡ଼ ଗ୍ଲିଫ୍ ମାଟ୍ରିକ୍ସ ରହିଛି। ଫୋନ୍ ୪ଏ ପ୍ରୋରେ ୧୪୪Hz ରିଫ୍ରେସ୍ ରେଟ୍ ସହିତ ୬.୮୩ ଇଞ୍ଚ ୧.୫କେ ଆମୋଲେଡ୍ ଡିସ୍ପ୍ଲେ ରହିଛି। ଫୋନ୍ ୪ଏରେ ୧୨୦Hz ରିଫ୍ରେସ୍ ରେଟ୍ ସହ ଟିକିଏ ଛୋଟ ୬.୭୮ ଇଞ୍ଚ ୧.୫କେ ଆମୋଲେଡ୍ ଡିସ୍ପ୍ଲେ ଅଛି। ଉଭୟ ଫୋନ୍ ହାଇ ବ୍ରାଇଟ୍ନେସ୍ ଓ ଗରିଲା ଗ୍ଲାସ୍ ପ୍ରୋଟେକ୍ସନ୍କୁ ସପୋର୍ଟ କରିଥାଏ।
କ୍ୟାମେରା ଓ ଅନ୍ୟାନ୍ୟ ଫିଚର୍:
ଫୋନ୍ ୪ଏରେ ଓଆଇଏସ୍ ସହ ୫୦ଏମ୍ପି ମୁଖ୍ୟ କ୍ୟାମେରା, ୭୦x ପର୍ଯ୍ୟନ୍ତ ଜୁମ୍ ସହିତ ୫୦ଏମ୍ପି ଟେଲିଫୋଟୋ ଲେନ୍ସ, ଏକ ଅଲ୍ଟ୍ରା-ୱାଇଡ୍ ସେନ୍ସର ଏବଂ ଏକ ୩୨ଏମ୍ପି ଫ୍ରଣ୍ଟ କ୍ୟାମେରା ରହିଛି। ଫୋନ୍ ୪ଏ ପ୍ରୋରେ ୩.୫x ଅପ୍ଟିକାଲ୍ ଜୁମ୍ ସହ ୫୦ଏମ୍ପି ଟେଲିଫଟୋ କ୍ୟାମେରା ଏବଂ ୧୪୦x ପର୍ଯ୍ୟନ୍ତ ଅଲ୍ଟ୍ରା-ଜୁମ୍, ଏକ ୫୦ଏମ୍ପି ଅଲ୍ଟ୍ରା-ୱାଇଡ୍ ସେନ୍ସର ଏବଂ ଏକ ୩୨ଏମ୍ପି ସେଲ୍ଫି କ୍ୟାମେରା ରହିଛି। ଫୋନ୍ ୪ଏରେ କ୍ବାଲ୍କମ୍ ସ୍ନାପ୍ଡ୍ରାଗନ୍ ୭ଏସ୍ ଜେନ୍୪ ପ୍ରୋସେସର୍ ଅଛି। ଫୋନ୍ ୪ଏ ପ୍ରୋରେ ଏହାଠୁ ଅଧିକ ଶକ୍ତିଶାଳୀ ସ୍ନାପ୍ଡ୍ରାଗନ୍ ୭ ଜେନ୍୪ ଚିପ୍ସେଟ୍ ଅଛି। ଉଭୟ ଫୋନ୍ ଆଣ୍ଡ୍ରଏଡ୍ ଉପରେ ଆଧାରିତ ନଥିଂ ଓଏସ୍ ୪.୧ରେ ଚାଲିଥାଏ। କମ୍ପାନି ୩ବର୍ଷର ଆଣ୍ଡ୍ରଏଡ୍ ଅପ୍ଡେଟ୍ ଏବଂ ୬ବର୍ଷର ସୁରକ୍ଷା ଅପଡେଟ୍ର ପ୍ରତିଶ୍ରୁତି ଦେଇଛି। ଉଭୟ ଡିଭାଇସ୍ରେ ୫୪୦୦mAh ବ୍ୟାଟେରି ଅଛି। ଯାହା ୫୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ। ପ୍ରାୟ ୩୦ ମିନିଟ୍ରେ ଫୋନ୍ ୬୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇପାରେ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।
ସୌଜନ୍ୟ ସମ୍ବାଦ




