ଖେଳଜାତୀୟ

Kirti Azad Responds: କୀର୍ତ୍ତି ଆଜାଦଙ୍କୁ ଗମ୍ଭୀରଙ୍କ ଭର୍ତ୍ସନା

ଗମ୍ଭୀର କହିଛନ୍ତି, ମୁଁ ଭାବୁଛି ଏହି ପ୍ରଶ୍ନର ଉତ୍ତର ଦେବା ମୂଲ୍ୟହୀନ। ସମଗ୍ର ଦେଶ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ଆମେ ବିଶ୍ୱକପ୍ ବିଜୟର ଉତ୍ସବ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ।

ନୂଆଦିଲ୍ଲୀ: ବିଶ୍ବକପ୍‌ ଜିତିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ଅହମଦାବାଦସ୍ଥିତ ମହାବଳୀ ହନୁମାନଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ଓ ଦର୍ଶନ କରିଥିଲେ। ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ତୃଣମୂଳ କଂଗ୍ରେସ୍ ନେତା କୀର୍ତ୍ତି ଆଜାଦ ଏକ୍ସରେ ଲେଖା ଲେଖି ଭାରତୀୟ କ୍ରିକେଟ୍‌ ଦଳ ମନ୍ଦିରକୁ ବିଶ୍ବକପ୍‌ ଟ୍ରଫି ନେବାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଏହି ପ୍ରସଙ୍ଗରେ ଏବେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମୁହଁତୋଡ଼ ଜବାବ ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ଗମ୍ଭୀର କହିଛନ୍ତି, ମୁଁ ଭାବୁଛି ଏହି ପ୍ରଶ୍ନର ଉତ୍ତର ଦେବା ମୂଲ୍ୟହୀନ। ସମଗ୍ର ଦେଶ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ଆମେ ବିଶ୍ୱକପ୍ ବିଜୟର ଉତ୍ସବ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ। ଏଭଳି ମନ୍ତବ୍ୟକୁ ମହତ୍ତ୍ବ ଦେଲେ ଆମ ସଫଳତାର ସମ୍ମାନ ଓ ଗରିମା କମିଯିବ। ଏଭଳି ଲଜ୍ଜାଜନକ ମନ୍ତବ୍ୟ ଦେଇ ସେହି ବ୍ୟକ୍ତି ନିଜ ଦେଶ ଓ ଦଳକୁ ହିଁ ଅପମାନିତ କରୁଛନ୍ତି।

ଭାରତୀୟ ଦଳର ୧୫ଜଣ ଖେଳାଳିଙ୍କ ସଫଳତା ଏବଂ ସେମାନଙ୍କ ପ୍ରୟାସକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ଭାବନ୍ତୁ ତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ମ୍ୟାଚ୍ ହାରିବା ପରେ ସେମାନେ କେତେ ଚାପ ଦେଇ ଗତି କରିଥିବେ। ଏଭଳି ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ। ଆଜାଦଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ପୂର୍ବତନ ଭାରତୀୟ ଅଫ୍‌ସ୍ପିନର୍‌ ହରଭଜନ ସିଂହ ମଧ୍ୟ ବିସ୍ମୟ ପ୍ରକଟ କରିଛନ୍ତି। ଭଜି କହିଛନ୍ତି, ଏହା ହାସ୍ୟାସ୍ପଦ ଯେ ଖେଳାଳିମାନେ ମନ୍ଦିରକୁ ଟ୍ରଫି ନେଇ ଯିବାକୁ ନେଇ କିଏ ଜଣେ ରାଜନୀତି କରୁଛନ୍ତି। କୀର୍ତ୍ତି ଆଜାଦ ନିଜେ ଜଣେ ପୂର୍ବତନ କ୍ରିକେଟର୍‌, ତେଣୁ ସେ ଏମିତି କିଛି କରିବେ ଓ କହିବେ ବୋଲି ମୁଁ ଆଶା କରି ନଥିଲି। ହୁଏତ ସେ ରାଜନୀତିକୁ ଅଧିକ ପ୍ରାଥମିକତା ଦେଉଛନ୍ତି ଏବଂ ଭୁଲିଯାଇଛନ୍ତି ଯେ ସେ ଜଣେ ଖେଳାଳି।

ଭାରତୀୟ ଦଳ ଟ୍ରଫି ନେଇ ମନ୍ଦିର ଦର୍ଶନ କରିବାର ଫଟୋକୁ ନେଇ ବିବାଦ

ସୂଚନାଯୋଗ୍ୟ ଯେ ଭାରତୀୟ ଦଳ ଟ୍ରଫି ନେଇ ମନ୍ଦିର ଦର୍ଶନକୁ ଯିବାର ଫଟୋ ପଦାକୁ ଆସିବା ପରେ ଆଜାଦ ଟ୍ବିଟ୍‌ କରିଥିଲେ ଯେ ଟିମ୍‌ ଇଣ୍ଡିଆ ତୁମକୁ ଲଜ୍ଜା ନାହିଁ। ଯେତେବେଳେ ଆମେ ୧୯୮୩ ମସିହାରେ କପିଳ ଦେବଙ୍କ ନେତୃତ୍ୱରେ ବିଶ୍ୱକପ୍ ଜିତିଥିଲୁ, ସେତେବେଳେ ଆମର ଦଳରେ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ସବୁ ଧର୍ଖେମର ଳାଳି ଥିଲେ। ଆମେ ଆମ ଜନ୍ମଭୂମି ଭାରତକୁ ଟ୍ରଫି ଆଣିଥିଲୁ। ବିଶ୍ବକପ୍‌ ଟ୍ରଫିକୁ କାହିଁକି ବିବାଦକୁ ଟାଣି ନିଆଯାଉଛି। କେବଳ ମନ୍ଦିର କାହିଁକି, କାହିଁକି ମସଜିଦ ନୁହେଁ? କାହିଁକି ଚର୍ଚ୍ଚ ନୁହେଁ? କାହିଁକି ଗୁରୁଦ୍ୱାରା ନୁହେଁ? ଆମ ଦଳ ଭାରତକୁ ପ୍ରତିନିଧିତ୍ୱ କରେ। ସୂର୍ଯ୍ୟ କୁମାର ଯାଦବ କିମ୍ବା ଜୟ ଶାହଙ୍କ ପରିବାରକୁ ନୁହେଁ। ସିରାଜ କେବେ ଏହାକୁ ମସଜିଦରେ ପରେଡ୍ କରିନଥିଲେ। ସଞ୍ଜୁ କେବେ ଏହାକୁ ଚର୍ଚ୍ଚକୁ ନେଇ ନଥିଲେ। ବିଶ୍ବକପ୍‌ ଜିତିବାରେ ସଞ୍ଜୁଙ୍କର ପ୍ରମୁଖ ଭୂମିକା ଥିଲା ଏବଂ ସେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଥିଲେ। ଟ୍ରଫି ସବୁ ଧର୍ମର, ୧୪୫ କୋଟି ଭାରତୀୟଙ୍କର, କୌଣସି ଗୋଟିଏ ଧର୍ମର ମାଲିକାନା ନୁହେଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button