ଦେଶ ବିଦେଶ

War Updates: ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନାହିଁ, ଯିଏ କହୁଛି ତାହା ପାଇଁ ଖୋଲା ଯାଉଛି: ଇରାନ

ତେହେରାନ: ଇରାନର ତସନିମ୍‌ ନ୍ୟୁଜ ଏଜେନ୍ସି ସୂଚନା ଅନୁଯାୟୀ, ଶନିବାର ସକାଳେ ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍‌ ହୋଇନାହିଁ। ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆମେରିକା ଓ ଇସ୍ରାଏଲ ଗତବର୍ଷ ଜୁନ୍‌ରେ ମଧ୍ୟ ଏହି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ।

ଅନ୍ୟପକ୍ଷରେ ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନଥିବା ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି କହିଛନ୍ତି। ଏକ ସାକ୍ଷାତକାରରେ ଅରାଘଚି କହିଛନ୍ତି, ଏହି ମାର୍ଗ ବନ୍ଦ ନାହିଁ। ଏହା ଆମ ଅନୁଯାୟୀ ଖୋଲୁଛି, ହର୍ମୁଜ ପ୍ରଣାଳୀ ଯେଉଁ ଦେଶ ଆମ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କ ପାଇଁ ବନ୍ଦ ରହିଛି। ଅନ୍ୟ ଦେଶର ଜାହାଜ ସାଧାରଣ ଭାବେ ଯାତାୟାତ କରୁଛି। କିନ୍ତୁ ସେଥିପାଇଁ ସେମାନଙ୍କୁ ତେହେରାନ ସହିତ କଥାବାର୍ତ୍ତା କରିବାକୁ ପଡ଼ୁଛି। ଅରାଘଚି ଆହୁରି ମଧ୍ୟ କହିଛନ୍ତି, ଆମେରିକା ଓ ଇସ୍ରାଏଲ ସହିତ ଯୁଦ୍ଧ ଶେଷ କରିବାକୁ ଅସ୍ତ୍ରବିରତି ନୁହେଁ, ଏହା ପୂରା ଶେଷ ହେବାର ଆବଶ୍ୟକତା ରହିଛି। ଜାପାନର କ୍ୟୁଡୋ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ ଅରାଘଚି କହିଛନ୍ତି, ଆମେ ଆମେରିକା ସହିତ କଥାବାର୍ତ୍ତା କରୁଥିବା ସମୟରେ ଏହା ଆମ ଉପରେ ଆକ୍ରମଣ କଲା।

ବିନା କୌଣସି କାରଣରେ ପୂରାପୂରି ବେଆଇନ ଭାବେ ଆକ୍ରମଣ କରାଯାଇଥିଲା। ଇରାନ ଯାହା କରୁଛି ନିଜ ଆତ୍ମରକ୍ଷା ପାଇଁ କରୁଛି। ଏଥିପାଇଁ ଯେତେସେମୟ ଲାଗୁ କିନ୍ତୁ ଇରାନ ଲଢ଼ିବ। ଗତବର୍ଷ ପରି ଅସ୍ତ୍ରବିରତି କରି ପୁଣି ଥରେ ଏପରି ପରିସ୍ଥିତି ସୃଷ୍ଟି କରିପାରିବ ନାହିଁ ବୋଲି ଅରାଘଚି କହିଛନ୍ତି। ଇରାନକୁ ଯୁଦ୍ଧ ସବୁଦିନ ପାଇଁ ପୂରା ଶେଷ ହେବାର ଗ୍ୟାରେଣ୍ଟି ଆବଶ୍ୟକ ବୋଲି ଅରାଘଚି କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button