ମନୋରଞ୍ଜନ

Prabhu Deva Birthday: ପ୍ରଭୁଦେବାଙ୍କ ପ୍ରେମରେ ଏହି ଅଭିନେତ୍ରୀ ବଦଳାଇଥିଲେ ଧର୍ମ, ପତ୍ନୀ ଆଣିଥିଲେ ଏକ୍ସଟ୍ରା ମାରିଟାଲ ଆଫେୟାର୍ସ

କୋରିଓଗ୍ରାଫର ପ୍ରଭୁଦେବା ୩ ଏପ୍ରିଲରେ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଭୁଦେବାଙ୍କ ବୃତ୍ତିଗତ ଜୀବନ ସହିତ ସମସ୍ତେ ଭଲ ଭାବରେ ପରିଚିତ; ଏବେ ଆସନ୍ତୁ ଆମେ ଆପଣଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବା।

ମୁମ୍ଵାଇ ୦୩।୦୩; ବଲିଉଡ୍ କୋରିଓଗ୍ରାଫର ପ୍ରଭୁ ଦେବାଙ୍କର ପରିଚୟର ଆବଶ୍ୟକତା ନାହିଁ। ସେ କେବଳ ଆକ୍ଟିଂରେ ନୁହେଁ ବରଂ ନିର୍ଦ୍ଦେଶନାରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି। ପ୍ରଭୁ ଦେବା ତାଙ୍କ ବୃତ୍ତିଗତ କ୍ୟାରିଅରରେ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଏବଂ ସଂଘର୍ଷ ଦେଖାଦେଇଛି। ତାଙ୍କ ୫୩ ତମ ଜନ୍ମଦିନ ଅବସରରେ, ଆସନ୍ତୁ ପ୍ରଭୁ ଦେବାଙ୍କ ବ୍ୟକ୍ତିଗତ ଜୀବନକୁ ଆହୁରି ଜାଣିବା।

ବିବାହର ୧୬ ବର୍ଷ ପରେ ଛାଡପତ୍ର

ରିପୋର୍ଟ ଅନୁଯାୟୀ, ପ୍ରଭୁ ଦେବା ୧୯୯୫ ମସିହାରେ ରାମଲତାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଏହି ଦମ୍ପତିଙ୍କ ତିନୋଟି ପୁଅ ଥିଲେ; କିନ୍ତୁ, ୨୦୦୮ ମସିହାରେ ସେମାନଙ୍କ ମଧ୍ୟରୁ ଜଣେ ପୁଅ କର୍କଟ ରୋଗରେ ମୃତ୍ୟୁବରଣ କଲେ। ଏହି ଦୁଃଖଦ ଘଟଣା ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କଲା। ପ୍ରଭୁ ଦେବା ଏବଂ ନୟନତାରା ନିକଟତର ହେବା ଆରମ୍ଭ କରିବା ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ପରବର୍ତ୍ତୀ ସମୟରେ, ପ୍ରଭୁ ଦେବା ଏବଂ ରାମଲତାଙ୍କର ୨୦୧୧ରେ ଛାଡପତ୍ର ନେଇଥିଲେ।

‘ବିଲୁ’ ସେଟରେ ପ୍ରଭୃଦେବା-ନୟନତାରାଙ୍କ ସାକ୍ଷାତ

ପ୍ରଭୁ ଦେବା ଏବଂ ନୟନତାରା ପ୍ରଥମ ଥର ପାଇଁ ତାମିଲ ଚଳଚ୍ଚିତ୍ର ‘ବିଲ୍ଲୁ’ ର ସୁଟିଂ ସମୟରେ ଦେଖା ହୋଇଥିଲେ। ସୁଟିଂ ସମୟରେ ସେମାନଙ୍କର ବନ୍ଧୁତା ହୋଇଥିଲା ଏବଂ ଧୀରେ ଧୀରେ ସେମାନଙ୍କର ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଏକ ସାକ୍ଷାତକାରରେ, ପ୍ରଭୁ ଦେବା ନିଜେ ନିଶ୍ଚିତ କରିଥିଲେ ଯେ ସେ ନୟନତାରାଙ୍କ ସହିତ ସମ୍ପର୍କରେ ଥିଲେ। ଖ୍ରୀଷ୍ଟିଆନ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ନୟନତାରା ପ୍ରଭୁ ଦେବାଙ୍କୁ ବିବାହ କରିବା ପାଇଁ ହିନ୍ଦୁ ଧର୍ମ ମଧ୍ୟ ଗ୍ରହଣ କରିଥିଲେ। କିନ୍ତୁ, ସେମାନଙ୍କର ପ୍ରେମ କାହାଣୀ ଆଗକୁ ବଢିପାରିଲା ନାହିଁ ଏବଂ ୨୦୧୨ରେ ଏହି ଦମ୍ପତି ଅଲଗା ହୋଇଗଲେ।

୫୦ ବର୍ଷ ବୟସରେ ବାପା ହେଲେ

ନୟନତାରାଙ୍କ ଠାରୁ ଅଲଗା ହେବା ପରେ, ପ୍ରଭୁ ଦେବା ୨୦୨୦ରେ ଫିଜିଓଥେରାପିଷ୍ଟ ଡକ୍ଟର ହିମାନି ସିଂହଙ୍କ ସହିତ ତାଙ୍କର ଦ୍ୱିତୀୟ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ଅଛି। ଉଲ୍ଲେଖନୀୟ ଯେ, ପ୍ରଭୁ ଦେବା ୫୦ ବର୍ଷ ବୟସରେ ଚତୁର୍ଥ ଥର ପାଇଁ ପିତା ହୋଇଥିଲେ। ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପ୍ରଭୁ ଦେବାଙ୍କ ପାଖରେ ବର୍ତ୍ତମାନ ଅନେକ ଫିଲ୍ମ ଅଛି। ଯାହା ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button