ରାଜଧାନୀରେ ପୁଣି ହଣାକଟା, ଭାଇକୁ ଗୋଡ଼େଇ ଗୋଡ଼େଇ ହାଣିଲା ଭାଇ…

ଭୁବନେଶ୍ୱର ୧୧।୦୪ : ଭୁବନେଶ୍ୱର ସାଲିଆ ସାହିରେ ପୁଣି ହଣାକଟା। ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ । ବଡ ଭାଇ କଟୁରୀ ଚୋଟରେ ସାନ ଭାଇ ଗୁରୁତର । ମୈତ୍ରୀ ବିହାର ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସାଲିଆସାହିରେ ଘଟିଛି ଅଭାବନୀୟ ଘଟଣା । ନିଜ ସାନ ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଛି ବଡ଼ ଭାଇ। ବଡ ଭାଇ କଟୁରୀ ଚୋଟରେ ସାନ ଭାଇ ଗୁରୁତର ହୋଇଛି। ବଡ ଭାଇ ଚିତ୍ତରଞ୍ଜନଙ୍କ ଠାରୁ କଟୁରୀ ଚୋଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲିଫ୍ଟ ମାଗି ନୟାପଲ୍ଲୀ ଥାନା ଯାଇଥିଲେ ସାନ ଭାଇ ଦିପୁ ସାମନ୍ତରାୟ। ସାନ ଭାଇ ଦିପୁ କୁ ନୟାପଲ୍ଲୀ ଥାନା ଅଧିକାରୀ ଗୁରୁତର ଅବସ୍ଥାରେ କ୍ୟାପିଟଲ୍ ହସ୍ପିଟାଲ୍ ପହଞ୍ଚାଇଥିଲେ। ତାଙ୍କ ଦେହର ୮ଟି ଜାଗାରେ ଗଭୀର କ୍ଷତ ହୋଇଥିବା ବେଳେ ଏବେ ଚିକିତ୍ସା ଚାଲିଛି। ସେହିପରି ବଡ ଭାଇ ଚିତ୍ତରଞ୍ଜନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମୈତ୍ରୀ ବିହାର ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ।

ତେବେ ବର୍ତ୍ତମାନ ଯାଏଁ ଆକ୍ରମଣର ସଠିକ କାରଣ ଜଣାପଡିନାହିଁ । କମିଶନରେଟ୍ ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ନିଜ ଭାଇକୁ ଆକ୍ରମଣ କରିଛି ଭାଇ । ସେନେଇ ତଦନ୍ତ ଜାରି ରଖିଛି କମିଶନରେଟ୍ ପୋଲିସ ।

ସୌଜନ୍ୟ Prameya News7