ଖେଳ

Asian Games: ଏସିଆନ ଗେମ୍ସରେ ପହଞ୍ଚିବ ‘ଟ୍ରଫି ବିବାଦ’, ମୋହସିନ ନକଭିଙ୍କଠାରୁ ମେଡାଲ୍ ନେବ କି ଟିମ୍ ଇଣ୍ଡିଆ ?

ନୂଆଦିଲ୍ଲୀ,୧୯/୦୯; ଏସିଆ ଗେମ୍ସ ୨୦୨୬ ଜାପାନରେ ଆରମ୍ଭ ହେବ । ୪୫ ଟି ଦେଶରୁ ପ୍ରାୟ ୧୫,୦୦୦ ଆଥଲେଟ୍ ଗେମ୍ସରେ ଭାଗନେବେ । ଭାରତରୁ ପ୍ରାୟ ୫୦୦ ଆଥଲେଟ ମଧ୍ୟ ବିଭିନ୍ନ ପଦକ ଜିତିବାର ଉଦ୍ଦେଶ୍ୟ ନେଇ ଅଂଶଗ୍ରହଣ କରିବେ । ଅନେକ କ୍ରୀଡ଼ାରେ ପଦକ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।  କ୍ରିକେଟ୍ ଶୀର୍ଷରେ ରହିଛି । ପୂର୍ବ ଏସୀୟ କ୍ରୀଡ଼ା ଭଳି ଏଥର ମଧ୍ୟ ଭାରତର ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହେବାର ସମ୍ଭାବନା ଅଧିକ । ଏହା ସହିତ ଜାପାନରେ ମଧ୍ୟ ଭାରତ ବନାମ ମୋହସିନ ନକଭି ଡ୍ରାମାର ବିପଦ ବି ରହିଛି । ତେବେ ଟିମ୍ ଇଣ୍ଡିଆ ନକଭିଙ୍କ ହାତରୁ ପଦକ ନେହ କି ? ଏସିଆ କପ ବିବାଦ ଏସିଆନ ଗେମ୍ସରେ ପହଞ୍ଚିବ କି ?

ଏସିଆ କପ୍ ଡ୍ରାମା ହେବ କି ? ଏବେ ପ୍ରଶ୍ନ ଉଠୁଛି, ଏସୀୟ କ୍ରୀଡ଼ାରେ ମଧ୍ୟ ସମାନ କାହାଣୀର ପୁନରାବୃତ୍ତି ହେବ କି ? ଏହି ପ୍ରଶ୍ନର କାରଣ ହେଉଛି ଖେଳରେ କ୍ରିକେଟ୍ ଆୟୋଜନ କରିବାରେ ଏସିସିର ଭୂମିକା ରହିଛି । ଏଭଳି ପରିସ୍ଥିତିରେ ପଦକ ବିତରଣ ଉତ୍ସବରେ ମୋହସିନ ନକଭିଙ୍କୁ ଡକାଯାଇପାରେ । ଯଦି ଟିମ୍ ଇଣ୍ଡିଆ କୌଣସି ପଦକ ଜିତେ ଏବଂ ପଦକ ବଣ୍ଟନ କରିବାର ଦାୟିତ୍ୱ ନକଭିଙ୍କୁ ଦିଆଯାଏ, ତେବେ ଭାରତୀୟ ଦଳ ମଧ୍ୟ ଏସିଆ କପ୍ ଟ୍ରଫି ଭଳି ପଦକ ନେବାକୁ ମନା କରିବ କି  ?

ଏସିଆନ ଗେମ୍ସରେ ପଦକ କିଏ ଦିଏ ? ଏସୀୟ କ୍ରୀଡ଼ାରେ ପଦକ ବଣ୍ଟନ ଦାୟିତ୍ୱ ମୁଖ୍ୟତଃ ଏସୀୟ ଅଲିମ୍ପିକ୍ କମିଟି (ଓସିଏର ସଭାପତିଙ୍କୁ ଦିଆଯାଇଛି। କିନ୍ତୁ ଓସିଏ ସଭାପତି ବିଭିନ୍ନ ଘଟଣା ପାଇଁ ଅନ୍ୟ ଅଧିକାରୀମାନଙ୍କୁ ଏହି ଦାୟିତ୍ୱ ଦେଇପାରିବେ । ଏଥିରେ ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଦ୍ୟାସ୍ ସ୍ପୋର୍ଟସ୍ କିମ୍ବା ଏସୀୟ ଫେଡେରେସନର ସଭାପତି ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି । କ୍ରିକେଟ୍ କ୍ଷେତ୍ରରେ ଏଭଳି ପରିସ୍ଥିତିରେ ଏହି ଦାୟିତ୍ୱ ମୋହସିନ ନକଭିଙ୍କୁ ଦିଆଯାଇପାରେ । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଓ ବିସିସିଆଇ ପାଇଁ ନିଷ୍ପତ୍ତି ନେବା ସହଜ ହେବ ନାହିଁ । ଯଦି ଓସିଏ ପକ୍ଷରୁ ପଦକ ବଣ୍ଟନ ଦାୟିତ୍ୱ ଆଇସିସି ଅଧ୍ୟକ୍ଷ ଜୟ ଶାହା କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କୁ ଦିଆଯାଏ ତେବେ ଭାରତୀୟ ଦଳ ପାଇଁ ପରିସ୍ଥିତି ସହଜ ହୋଇପାରେ । ତେବେ ବିସିସିଆଇ କିମ୍ବା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଓସିଏ ସମ୍ମୁଖରେ ଏପରି କୌଣସି ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ ନାହିଁ କାରଣ ଏହା ଏସୀୟ କମିଟିର ସମ୍ପୂର୍ଣ୍ଣ ଅଧିକାର ବୋଲି ସୂତ୍ରରୁ ଜଣାପଡିଛି ।

ପଦକ ମନା କରିବା ସହଜ ନୁହେଁ- ଏସୀୟ କ୍ରୀଡ଼ା ପରି ବଡ଼ ଇଭେଣ୍ଟରେ ପଦକକୁ ନେଇ ବହୁତ କଠୋର ନିୟମ ରହିଛି । ପଦକ ବିତରଣ ଉତ୍ସବରେ କୌଣସି ପ୍ରତିବାଦ, ରାଜନୈତିକ ସଙ୍କେତ ଦିଆଯାଇପାରିବ ନାହିଁ । ଏଥିସହ ପଦକ, ପତାକା ଏବଂ ଜାତୀୟ ସଙ୍ଗୀତର ସମ୍ମାନ ମଧ୍ୟ ବାଧ୍ୟତାମୂଳକ । ୨୦୧୪ ଏସୀୟ କ୍ରୀଡ଼ାରେ ଭାରତୀୟ ବକ୍ସର ସରିତା ଦେବୀ ପଦକ ସମାରୋହରେ ବ୍ରୋଞ୍ଜ ପଦକ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ଏହାକୁ ବେଇମାନ ଅଭିଯୋଗ କରି ରୌପ୍ୟ ପଦକ ବିଜେତାଙ୍କୁ ଦେଇଥିଲେ। ଏହି କାରଣରୁ ସରିତାଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । ତାଙ୍କ କୋଚଙ୍କୁ ସାମୟିକ ଭାବରେ ନିଲମ୍ବିତ କରାଯାଇଥିଲା । ପରେ ସରିତା ଏହି ପଦକ ହାସଲ କରିଥିଲେ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button