ବିଶ୍ରା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନାଗରା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ବୁଧବାର ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ସରଣ୍ଡାର ଚାରାଡେରା ଓ ଡୋଲାଇଗଡ଼ା ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ୍ ବେଳେ ଉଭୟ ପକ୍ଷରୁ ତୀବ୍ର ଗୁଳିବର୍ଷା ହୋଇଥିଲା, ଯେଉଁଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି।
ଚାରାଡେରା-ଡୋଲାଇଗଡ଼ା ଜଙ୍ଗଲରେ ପ୍ରାୟ ୧୫ ଜଣ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଆଜି ଭୋର୍ ୪ଟାରୁ ଅଭିଯାନ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ବେଳେ ୩ରୁ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଓ କେତେକ ଆହତ ହୋଇଥିବା କୁହାଯାଉଛି। ତେବେ ଏ ସଂକ୍ରାନ୍ତରେ ସୁରକ୍ଷାବାହିନୀ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।
ସୌଜନ୍ୟ ସମ୍ବାଦ

