ଆନନ୍ଦପୁର ୨୩।୦୪ : ଆକ୍ସନରେ ଜିଲ୍ଲା ପୋଲିସ । ଗଞ୍ଜେଇ ଚୋରା କାରବାରର ଚେନ୍କୁ ଟ୍ରାକ କରିଛି କେନ୍ଦୁଝର ସ୍ପେଶାଲ ସ୍କ୍ୱାର୍ଡ ପୋଲିସ । ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାରର ବାରମ୍ବାର ଅଭିଯୋଗ ପରେ ଆକ୍ସନକୁ ଆସିଛି ଜିଲ୍ଲା ପୋଲିସ ।
କୌଣସି ସୁତ୍ରରୁ ଖବର ପାଇ ରାମଚନ୍ଦ୍ରପୁର ଥାନା ଭଗାନଇ ଗାଁରେ ଚଢାଉ କରିଥିଲା ପୋଲିସ। ଏହି ଚଢାଉରେ ୨ ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ସେମାନଙ୍କ ଲିଙ୍କରେ ସଂପୃକ୍ତି ଥିବା ଅନ୍ୟ ୧୭ ଜଣଙ୍କୁ ରାତାରାତି ଉଠାଉଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ କାର୍, ୨ଟି ମୋଟର ସାଇକେଲ, ୧୫ଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ ।
ସେହିପରି ଘଷିପୁରା ଥାନା ବେଲବାହାଳି ନିକଟରୁ ଏକ କାର୍ରୁ ୭୦ କେଜି ଗଞ୍ଜେଇ ଜବତ କରିଛି ପୋଲସି । ଗାଡ଼ି ମାଲିକ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଗାଡ଼ି ମାଲିକଙ୍କୁ ଗିରଫ କରାଯାଇ ଗାଡ଼ି ଓ ଗଞ୍ଜେଇ ଜବତ କରିଛି ପୋଲିସ । ଦୁଇଟି ମାମଲାରେ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସମସ୍ତଙ୍କୁ ଜେରା ସମୟରେ ଅନେକ ତଥ୍ୟ ପୋଲିସକୁ ମିଳିଥିବା ସୂଚନା ମିଳିଛି ।
ସୌଜନ୍ୟ Prameya News7

